ପ୍ରଡକ୍ଟ ଯଦି ଖରାପ, ପ୍ରତିବନ୍ଧକ ଲଗାଅ; ମୋ ରୋଜଗାର ଉପରେ ନୁହେଁ

କିଛି ବର୍ଷ ତଳେ ଶାହରୁଖ ଖାନ ମୃଦୁ ପାନୀୟର ବିଜ୍ଞାପନ ଏବଂ ଫିଲ୍ମରେ ଧୂମପାନକୁ ସମର୍ଥନ କରିବା ନେଇ ବିବାଦକୁ ଆସିଥିଲେ। ଏହି ପୁରୁଣା ଭିଡିଓଟି ଏବେ ଇନଷ୍ଟାଗ୍ରାମରେ ପୁଣି ଭାଇରାଲ ହେଉଛି।

tshshaa

ମୁମ୍ବାଇ: ପୁରୁଣା ଭିଡିଓକୁ ନେଇ ବିବାଦରେ ବଲିଉଡର କିଙ୍ଗ ଶାହରୁଖ ଖାନ୍। ସୋସିଆଲ ମିଡିଆ ପ୍ଳାଟଫର୍ମ ଇନଷ୍ଟାଗ୍ରାମରେ ଶାହରୁଖଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ମୃଦୁ ପାନୀୟର ବିଜ୍ଞାପନ ଏବଂ ଧୂମପାନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଶାହରୁଖ ଚର୍ଚ୍ଚାକୁ ଆସିଛନ୍ତି।

କିଛି ବର୍ଷ ତଳେ ମୃଦୁ ପାନୀୟ ବ୍ରାଣ୍ଡ କୋଲାର ବିଜ୍ଞାପନ କରୁଥିଲେ ଶାହରୁଖ। ଏହା ଦେହ ପାଇଁ ଭଲ ନୁହେଁ। ଏହାର ବିଜ୍ଞାପନ କରନ୍ତୁ ନାହିଁ ବୋଲି ଅନୁରୋଧ କରାଯିବା ପରେ ଶାହରୁଖ କହିଥିଲେ, "ମୁଁ ଅଧିକାରୀଙ୍କୁ ଅନୁରୋଧ କରିବି ଯେ, ଯଦି ଏହା ଏତେ ଖରାପ ତେବେ ଏହା ଉପରେ ପ୍ରତିବନ୍ଧକ ଲଗାଅ। ଏହାକୁ ଦେଶରେ ବିକ୍ରି ହେବାକୁ ଦିଅ ନାହିଁ। ସିଗାରେଟ ଯଦି ଦେହ ପାଇଁ ଖରାପ ବୋଲି ଭାବୁଛ, ତେବେ ଏହାର ତିଆରି ଓ ବିକ୍ରି ଭାରତରେ ବନ୍ଦ କରିଦିଅ। କିନ୍ତୁ କେହି ବି ଏହା କରିବେ ନାହିଁ। କାରଣ ଏସବୁ ଜିନିଷ ସେମାନଙ୍କୁ ଟଙ୍କା ଦେଉଛି। କୌଣସି ପ୍ରଡକ୍ଟ ହାନିକାରଣ ବୋଲି ଜାଣି ମଧ୍ୟ ଏହା ଉପରେ ସରକାର ପ୍ରତିବନ୍ଧକ ଲଗାଉନାହାନ୍ତି, କାରଣ ଏହା ତାଙ୍କୁ ଅଧିକ ଟଙ୍କା ଯୋଗାଉଛି। ତେଣୁ ମୋର ରୋଜଗାର ବନ୍ଦ କରନାହିଁ। ମୁଁ ଜଣେ ଅଭିନେତା। ମୁଁ ମୋ ନିଜ କାମ କରି ଟଙ୍କା ରୋଜଗାର କରୁଛି। ଏଥିରେ ଭୁଲ କେଉଁଠି ରହିଲା। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe