ବଲିଉଡରେ କିଙ୍ଗ୍‌ ଖାନ୍‌ର ମାନ୍ୟତା ମିଳିଥିଲେ ବି ୩୩ବର୍ଷ ହେଲା ମିଳିନଥିଲା ଜାତୀୟ ପୁରସ୍କାର

Advertisment

ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର ମିଳିଛି। ୨୦୨୩ ମସିହାରେ ଆଟଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ 'ଜୱାନ'ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସୁପରଷ୍ଟାର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର ମିଳିଛି। ୨୦୨୩ ମସିହାରେ ଆଟଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ 'ଜୱାନ'ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସୁପରଷ୍ଟାର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

New Project

ମୁମ୍ବାଇ: ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର ମିଳିଛି। ୨୦୨୩ ମସିହାରେ ଆଟଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ 'ଜୱାନ'ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସୁପରଷ୍ଟାର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କିଙ୍ଗ ଖାନଙ୍କ ସମେତ ଅଭିନେତା ବିକ୍ରାନ୍ତ ମେସି ମଧ୍ୟ ବିଧୁ ବିନୋଦ ଚୋପ୍ରାଙ୍କ 'ଟୁୱେଲଥ୍ ଫେଲ୍'ରେ ତାଙ୍କ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତେବେ ଦୀର୍ଘ ୩୩ବର୍ଷର କ୍ୟାରିୟରରେ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମ ଦେଇଥିଲେ ବି ଜାତୀୟ ପୁରସ୍କାର ପାଇବାକୁ ହକ୍‌ଦାର ହୋଇପାରିନଥିଲେ ଶାହାରୁଖ।

ଏହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି ସତ। ୩୩ବର୍ଷର ଲମ୍ବା ଅପେକ୍ଷା ପରେ ଶାହରୁଖଙ୍କୁ ଏହି ସମ୍ମାନ ମିଳିଛି। ଏତେ ବର୍ଷ ପରେ ସ୍ବପ୍ନ ସାକାର ହେବା ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, "ଜାତୀୟ ପୁରସ୍କାରରେ ମୋତେ ସମ୍ମାନିତ କରିଥିବାରୁ ପାଇଁ ଧନ୍ୟବାଦ। ଜୁରି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଧନ୍ୟବାଦ। ଏହି ସମ୍ମାନ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ।" ଏହି କ୍ୟାପସନ ସହ ସେ ସେୟାର କରିଥିବା ଭିଡିଓରେ କହିଛନ୍ତି ଯେ, "ମୁଁ ୨୦୨୩ବର୍ଷ ପାଇଁ ବିଶେଷକରି ମୋର ସମସ୍ତ ନିର୍ଦ୍ଦେଶକ ଏବଂ ଲେଖକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ତେଣୁ, ରାଜୁ ସାର୍, ସିଡ୍ ଏବଂ ବିଶେଷକରି ଆଟଲି ସାର୍ ଏବଂ ତାଙ୍କ ଦଳଙ୍କୁ ତାଙ୍କ ଫିଲ୍ମ 'ଜୱାନ'ରେ ମୋତେ ସୁଯୋଗ ଦେଇଥିବାରୁ ଏବଂ ମୋ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ। "

ଭିଡିଓରେ ସେ ନିଜ ପରିବାର ଓ ଫିଲ୍ମ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe