ପୁଅର ସ୍ୱର୍ଣ୍ଣପଦକ ବିଜୟକୁ ନେଇ ସୋସିଆଲ ମିଡିଆରେ ନିଜ ଖୁସି ଜାହିର୍‌ କରି ଏଭଳି କଥା କହିଲେ ଶାହାରୁଖ୍‌

Advertisment
ପୁଅର ସ୍ୱର୍ଣ୍ଣପଦକ ବିଜୟକୁ ନେଇ ସୋସିଆଲ ମିଡିଆରେ ନିଜ ଖୁସି ଜାହିର୍‌ କରି ଏଭଳି କଥା କହିଲେ ଶାହାରୁଖ୍‌

Divya Bhaskar

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ୍‌ ଖାନ୍‌ ବର୍ତ୍ତମାନ ସମୟରେ ବହୁତ ଖୁସି ଅଛନ୍ତି। ଶାହାରୁଖ୍‌ଙ୍କ ଖୁସି ହେବାର କାରଣ ହେଉଛି ତାଙ୍କର ପୁଅ। ପୁଅ ଅବରାମ୍‌ ତାଇକ୍ୱାଣ୍ଡୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏକଥାତ ସମସ୍ତେ ଜାଣିଛନ୍ତି କି, ଶାହାରୁଖ ତାଙ୍କ ତିନି ସନ୍ତାନ ଆର୍ୟାନ୍‌, ସୁହାନା ଓ ଅବରାମ୍‌ଙ୍କୁ ବହୁତ ସମର୍ଥନ କରନ୍ତି। ଶାହାରୁଖ ପୁଅର ସ୍ୱର୍ଣ୍ଣପଦକ ବିଜୟକୁ ନେଇ ହୋଇଥିବା ଖୁସିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଶାହାରୁଖ୍‌ ସୋସିଆଲ ମଡିଆରେ ଅବରାମ୍‌ଙ୍କ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଅବରାମ୍‌ ତାଇକ୍ୱାଣ୍ଡୋ ପୋଷାକ ପିନ୍ଧିଥିବା ନଜର ଆସୁଛନ୍ତି। ଫଟୋ ସେୟାର କରିବା ସହିତ ଶାହାରୁଖ୍‌ ଲେଖିଛନ୍ତି, ‘ଆପଣ ଶିଖିଥାଆନ୍ତି, ଆପଣ ଲଢ଼ିଥାଆନ୍ତି ଓ ଆପଣ ସଫଳ ହୋଇଯାଇଥାଆନ୍ତି। ପୁଣି ଆପଣ ଏସବୁ ଦ୍ୱିତୀୟଥର କରି ଥାଆନ୍ତି। ମୋତେ ଲାଗୁଛି କି ଅବରାମ୍‌ଙ୍କ ଏହି ମେଡଲ୍‌କୁ ମିଶାଇଲେ ମୋ’ଠାରୁ ମୋ ପୁଅର ଅଧିକ ମେଡଲ ହେବ। ଏହା ବହୁତ ଭଲ କଥା। ମୋତେ ଏବେ ବି ବହୁତ କିଛି ଶିଖିବାର ଅଛି। ମୁଁ ନିଜକୁ ବହୁତ ଗର୍ବିତ ମନେ କରୁଛି।’

Image result for /shah-rukh-khan-son-abram-wins-gold-medal Divya Bhaskar

ଶାହାରୁଖ୍‌ ଶେଷଥର ଥର ପାଇଁ ନିର୍ଦ୍ଦେଶକ ଆନନ୍ଦ ଏଲ ରାଏଙ୍କ ସିନେମା ‘ଜିରୋ’ରେ ନଜର ଆସିଥିଲେ। ଏହି ସିନେମାରେ ତାଙ୍କ ସହିତ ଅଭିନେତ୍ରୀ ଅନୁଷ୍କା ଶର୍ମା ବି ସ୍କ୍ରିନ୍‌ ସେୟାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe