ମୁଁ ତୁମକୁ ଗର୍ଭବତୀ କରିପାରିବି; କାହିଁକି ପ୍ରୀତିଙ୍କୁ ଏଭଳି କହିଥିଲେ ଶାହରୁଖ

Advertisment
ମୁଁ ତୁମକୁ ଗର୍ଭବତୀ କରିପାରିବି; କାହିଁକି ପ୍ରୀତିଙ୍କୁ ଏଭଳି କହିଥିଲେ ଶାହରୁଖ

ମୁମ୍ବାଇ: ବଲିଉଡ କଳାକାର ଶାହରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ସବୁବେଳେ ଦର୍ଶକଙ୍କ ମନ କିଣିଆସିଛି। ୯୦ଦଶକରେ ଦୁହେଁ ସାଥିରେ ଅନେକ ଫିଲ୍ମରେ କାମ କରିଥିଲେ, ଯାହା ତାଙ୍କୁ ବଲିଉଡର ଲୋକପ୍ରିୟ ଯୋଡି କରିଥିଲା।  ଏବେ ଦୁହେଁ ସାଥୀରେ ନଜର ଆସୁନଥିଲେ ବି ଦୁହେଁ ଦୁଇଟି ଆଇପିଏଲ ଟିମର ମାଲିକ ହୋଇଛନ୍ତି। ତେବେ ପରଦାରେ ରୋମାନ୍ସ  କରୁଥିବା ଏହି ଯୋଡି ବାସ୍ତବ ଜୀବନରେ ଭଲ ବନ୍ଧୁ ମଧ୍ୟ। ଦୁହିଁଙ୍କ ମଧ୍ୟରେ ଏବେ ବି ବନ୍ଧୁତା ରହିଛି। ସବୁବେଳେ ଦୁହିଁଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଭିଡିଓରେ ଶାହରୁଖ, ପ୍ରୀତିଙ୍କୁ ଗର୍ଭବତୀ କରିବା କଥା କହୁଛନ୍ତି, ଯାହାକୁ କିଛି ଲୋକ ପସନ୍ଦ କରୁନଥିବା ଦେଖାଯାଇଛି। ଭିଡିଓରେ ଶାହରୁଖ, ପ୍ରୀତିଙ୍କୁ ପଚାରୁଛନ୍ତି ଯେ, ସେ ଗର୍ଭବତୀ ଅଛନ୍ତି କି? ପ୍ରଶ୍ନଟି ଶୁଣି ପ୍ରୀତି ଲାଜ କରୁଥିବା ବେଳେ ଶାହରୁଖ କହୁଛନ୍ତି, “ମୁଁ ଏହା କରିପାରିବି। ମୁଁ ତୁମକୁ ଗର୍ଭବତୀ କରିପାରିବି। ” ଭିଡିଓଟି ପୁରୁଣା ହୋଇଥିବା ଏବେ ତାହା ଭାଇରାଲ ହେଉଛି।

ଏହି ଭିଡିଓ ଭାଇରାଲ ହେବା ପରେ ଏବେ କିଛି ଲୋକ ଶାହରୁଖଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ଏଭଳି କହି ଶାହରୁଖ, ପ୍ରୀତିଙ୍କୁ ଅସହଜ କରାଇଥିବା ନେଇ କିଛି ଲୋକ ଦାବି କରିଥିବା ବେଳେ କିଛି ଲୋକ ଶାହରୁଖ ମଜାରେ ଏଭଳି କହିଥିବା ଲେଖି ତ‌ାଙ୍କୁ ସମର୍ଥନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe