ଚଳିତବର୍ଷ ବଡ଼ ପରଦାରେ ନଜର ଆସିବେ କି କିଙ୍ଗ୍‌ ଖାନ? ଭିଡିଓ ସେୟାର୍‌ କରି ପ୍ରଶଂସକଙ୍କୁ ଦେଲେ ସୂଚନା

Advertisment
ଚଳିତବର୍ଷ ବଡ଼ ପରଦାରେ ନଜର ଆସିବେ କି କିଙ୍ଗ୍‌ ଖାନ? ଭିଡିଓ ସେୟାର୍‌ କରି ପ୍ରଶଂସକଙ୍କୁ ଦେଲେ ସୂଚନା

zeenews.india.com

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନ୍‌ ନିଜ ପ୍ରଶଂସକଙ୍କ ପାଇଁ ସୋସିଆଲ୍‌ ମିଡିଆରେ ନୂଆବର୍ଷ ଉପଲକ୍ଷେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟି ବେଶ୍‌ ମଜାଦାର ଦିଶୁଛି। ଭିଡିଓରେ ଶାହାରୁଖ ନିଜ କେଶକୁ ସଜାଡୁଥିବା ସହ ମଶା ହୁରୁଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟିରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଯାହାକି ତାଙ୍କ ପ୍ରଶଂସକମାନଙ୍କୁ ବେଶ୍‌ ଉତ୍ସାହିତ କରିଛି। ୨୦୨୧ ମସିହାରେ ସେ ବଡ଼ ପରଦାକୁ ଆସିବେ ବୋଲି ଦର୍ଶକଙ୍କୁ କହିଛନ୍ତି।

ପ୍ରଥମେ ଭିିଡିଓ ଆରମ୍ଭରୁ ଶାହାରୁଖ ୨୦୨୦ ମସିହା କିପରି ସମସ୍ତଙ୍କ ପାଇଁ କିପରି ଖରାପ ଗଲା ସେ ବିଷୟରେ କହିଛନ୍ତି। ୨୦୨୧ରେ ତାହା ପୁନରାବୃତ୍ତି ନ ହେଉ, ଏହି ବର୍ଷ ସମସ୍ତଙ୍କ ପାଇଁ ଭଲ ଫଳ ଦେଉ ବୋଲି ଆଶା ରଖି ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛନ୍ତି। ଶାହାରୁଖଙ୍କର ଏହି ୨ ମିନିଟ୍‌ର ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି।

View this post on Instagram

A post shared by Shah Rukh Khan (@iamsrk)

ଶହାରୁଖ ଭିଡିଓରେ ଏକ ବହୁତ ଭଲ କଥା କହି ସଭିଁଙ୍କୁ ଉତ୍ସାହିତ କରିଛନ୍ତି। କିଙ୍ଗ୍‌ ଖାନ୍‌୨୦୨୦ର ମହାମାରୀ ପରେ ଅବସ୍ଥାକୁ ମନେ ପକାଇ କହିଛନ୍ତି କି ‘ମୁଁ ବିଶ୍ୱାସ କରେ ଯେତେବେଳେ କେହି ନିଜ ଜୀବନର ସବୁଠୁ ଖରାପ ସମୟ ଦେଇ ଗତି କରୁଥାନ୍ତି ତେବେ ଏହା ନିଶ୍ଚୟ ଶୁଭଙ୍କର। କାରଣ ସେହି ବ୍ୟକ୍ତି ପାଖରେ ମାତ୍ର ଗୋଟାଏ ବିକଳ୍ପ ଥାଏ, ସେହି ଖରାପକୁ ଭଲରେ ବଦଳାଇବା। ତେଣୁ ୨୦୨୦ ଆମ ପାଇଁ ଅତୀତରେ ହୋଇସାରିଛି ଏବଂ ମୁଁ ବିଶ୍ୱାସ କରେ ୨୦୨୧ ଆମ ସମସ୍ତଙ୍କ ପାଇଁ ବିରାଟ, ଉନ୍ନତ, ଉଜ୍ଜ୍ୱଳ ଏବଂ ଅଧିକ ସୁନ୍ଦର ହେବାକୁ ଯାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe