ମୁମ୍ବାଇ: ସେପ୍ଟେମ୍ବର ୮ରେ ମା' ହୋଇଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ | ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଦୀପିକା | ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦୀପିକା ପାଦୁକୋନଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଦୀପିକା ।
ପ୍ରସବକୁ ୫ଦିନ ହୋଇସାରିଥିବା ବେଳେ ଏବେ ବି ଡାକ୍ତରଖାନାରେ ଅଛନ୍ତି ଦୀପିକା । ଏହି ୫ଦିନ ମଧ୍ୟରେ ଅନେକ କଳାକାର ଓ ବ୍ୟବସାୟୀ ତାଙ୍କୁ ଭେଟିବାକୁ ଯାଇସାରିଥିବା ଜଣାଯାଇଛି । ପୂର୍ବରୁ ଶିଳ୍ପପତି ମୁକେଶ ଅମ୍ବାନୀ ଡାକ୍ତରଖାନା ଯାଇଥିବା ନେଇ ଖବର ମିଳିଥିବା ବେଳେ ଏବେ ବାଦଶାହ ଶାହରୁଖ, ଦୀପିକାଙ୍କୁ ଭେଟିବା ପାଇଁ ଡାକ୍ତରଖାନା ଯାଇଥିବା ଜଣାଯାଇଛି । ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଶାହରୁଖଙ୍କ କାର୍ ଡାକ୍ତରଖାନା ଭିତରକୁ ଯାଉଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2OLA5j4iHli2leNbmAWu.jpg)