'କଭି ଖୁସି କଭି ଗମ'ରେ ହେଲିକପ୍ଟରରେ ଏଣ୍ଟ୍ରିକୁ ପସନ୍ଦ କରିନଥିଲେ ଶାହରୁଖ, କାରଣ...

'କଭି ଖୁସି କଭି ଗମ'ରେ ଥିବା ଏକ ହେଲିକପ୍ଟର ଦୃଶ୍ୟ ସମସ୍ତଙ୍କ ମନ କିଣିଥିଲା | ଫିଲ୍ମରେ ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ଏଣ୍ଟ୍ରି ହେଲିକପ୍ଟରରେ ହୋଇଥିଲା | ଏହି ଦୃଶ୍ୟଟି ଦର୍ଶକଙ୍କୁ ପସନ୍ଦ ଆସିଥିଲେ ବି ଶାହରୁଖଙ୍କୁ ପସନ୍ଦ ଆସିନଥିବା ଜଣାଯାଇଛି | 

shahrukhk

ମୁମ୍ବାଇ: ବଲିଉଡ ପ୍ରଯୋଜକ-ନିର୍ଦେଶକ କରଣ ଜୋହରଙ୍କ 'କଭି ଖୁସି କଭି ଗମ' ବଲିଉଡର ଲୋକପ୍ରିୟ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ | ଫିଲ୍ମରେ ଥିବା ଅନେକ ଦୃଶ୍ୟ ଓ ଏହାର ଗୀତ ଏବେ ବି ଲୋକପ୍ରୟ ହୋଇ ରହିଛି | ଫିଲ୍ମରେ ଥିବା ଏକ ହେଲିକପ୍ଟର ଦୃଶ୍ୟ ସମସ୍ତଙ୍କ ମନ କିଣିଥିବା ବେଳେ ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ଏଣ୍ଟ୍ରି ହେଲିକପ୍ଟରରେ ହୋଇଥିଲା | ଏହି ଦୃଶ୍ୟଟି ଦର୍ଶକଙ୍କୁ ପସନ୍ଦ ଆସିଥିଲେ ବି ଶାହରୁଖଙ୍କୁ ପସନ୍ଦ ଆସିନଥିବା ଜଣାଯାଇଛି | 
 
'କଭି ଖୁସି କଭି ଗମ'ର ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ନିଖିଲ ଆଡଭାନି ଏକ  ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାରରେ ଦେଇ ଏହା ଜଣାଇଛନ୍ତି | ସେ ଏହା ମଧ୍ୟ କହିଛନ୍ତି ଯେ, 'ରୋମାନ୍ସର କିଙ୍ଗ' ହୋଇଥିଲେ ମଧ୍ୟ ଶାହରୁଖ ଖାନ ପ୍ରକୃତରେ ପ୍ରେମ କାହାଣୀକୁ ପସନ୍ଦ କରନ୍ତି ନାହିଁ।

ତାଙ୍କ କହିବା ମୁତାବକ, “ଯେତେବେଳେ ଆମେ ଶାହରୁଖ ଖାନଙ୍କୁ କହିଥିଲୁ ଯେ 'କଭି ଖୁସି କଭି ଗମ'ରେ ତାଙ୍କର ଏଣ୍ଟ୍ରି ଏକ ହେଲିକପ୍ଟରରେ ହେବ, ସେ ଭାବିଥିଲେ ଯେ ସେ ହେଲିକପ୍ଟରରୁ ଡେଇଁବେ | କିନ୍ତୁ ପ୍ରକୃତରେ ତାଙ୍କୁ କେବଳ ହେଲିକପ୍ଟରରୁ ଓଲ୍ହାଇବାର ଥିଲା | ଏହି ଦୃଶ୍ୟର ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଇଥିଲା | ହେଲିକପ୍ଟରର ବ୍ୟବହାର ସତ୍ତ୍ୱେ ତାଙ୍କୁ କୌଣସି ଷ୍ଟଣ୍ଟ କରିବାକୁ ଦିଆଯାଇନଥିବାରୁ ନିରାଶ ହୋଇଥିଲେ ଶାହରୁଖ |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe