ଶାହରୁଖଙ୍କ ସହ କାମ କରିବାକୁ ମଜା ଲାଗେ, ହେଲେ ସଲମାନ...: ସୋନୁ ସୁଦ୍

Advertisment

ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ତାଙ୍କର ଆକ୍ସନ ଫିଲ୍ମ "ଫତେହ" ପାଇଁ ଚର୍ଚ୍ଚାରେ ଅଛନ୍ତି। ଏମଧ୍ୟରେ ସେ ଶାହରୁଖ ଖାନ୍ ଓ ସଲମାନ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ଜଣାଇଛନ୍ତି।

ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ତାଙ୍କର ଆକ୍ସନ ଫିଲ୍ମ "ଫତେହ" ପାଇଁ ଚର୍ଚ୍ଚାରେ ଅଛନ୍ତି। ଏମଧ୍ୟରେ ସେ ଶାହରୁଖ ଖାନ୍ ଓ ସଲମାନ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ଜଣାଇଛନ୍ତି।

RTE

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ତାଙ୍କର ଆକ୍ସନ ଫିଲ୍ମ "ଫତେହ" ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ପୂର୍ବରୁ ଅଭିନେତା କିଛି ବର୍ଷ ତଳେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ "ଦବଙ୍ଗ" ରେ ଖଳନାୟକ ଭାବରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହା ସହ ସେ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ "ହାପି ନ୍ୟୁ ଇୟର" ରେ ତାଙ୍କର କମେଡି ଟାଇମିଙ୍ଗ ଦେଖାଇ ଦର୍ଶକଙ୍କ ମନ କିଣିଥିଲେ। ଫିଲ୍ମ "ଫତେହ"ର ପ୍ରଚାର ବେଳେ ଏକ ସାକ୍ଷାତକାରରେ ୨ଟି ସୁପରଷ୍ଟାରଙ୍କ ସହ କାମ କରିବାର ଅନୁଭୂତି କିଭଳି ଥିଲା ଏବେ ତାହା ଜଣାଇଛନ୍ତି ସୋନୁ। 

ତାଙ୍କ କହିବା ମୁତାବକ, "ମୁଁ ଦୁହିଁଙ୍କ ସହ କାମ କରି ମଜା କରିଥିଲି। କିନ୍ତୁ ମୁଁ ଭାବୁଛି ଶାହରୁଖ ଖାନଙ୍କ ସହିତ କାମ କରିବା ଅଧିକ ମଜାଦାର ଥିଲା। କାରଣ ଆମେ ଏକାଠି ବହୁତ ଯାତ୍ରା କରିଥିଲୁ: ଲଣ୍ଡନ, ଆମେରିକା। ଆମର ଏକ ଚାର୍ଟର୍ଡ ବିମାନ ଥିଲା ଏବଂ ଆମେ ପ୍ରାୟ ପାଞ୍ଚରୁ ଛଅ ଜଣ ଲୋକ ଥିଲୁ। ତେଣୁ ଆମେ ଏକାଠି ଯାତ୍ରା କରୁଥିଲୁ। ଏହା ବହୁତ ମଜାଦାର ଥିଲା। ଆମେ ବହୁତ ସମୟ ବିତାଇଛୁ।"

ସଲମାନଙ୍କ କଥା ପଚରାଯିବାରୁ ସେ କହିଥିଲେ, "ସଲମାନ ଖାନ ନିଜ ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ। କିନ୍ତୁ ଯଦି ସେ କାହାକୁ ପସନ୍ଦ କରନ୍ତି, ତେବେ ସେ ତାଙ୍କୁ ହୃଦୟରୁ ଭଲ ପାଆନ୍ତି। ତାଙ୍କ ପାଇଁ ସେ ସବୁ କିଛି କରନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe