ପୁଣି ଡବଲ ରୋଲ୍‌ରେ ନଜର ଆସିବେ ଶାହରୁଖ୍‌

Advertisment
ଜୱାନର ରିଲିଜ ପୂର୍ବରୁ ଝିଅ ସହ ତିରୁପତି ଯାଇ ଦର୍ଶନ କଲେ ଶାହରୁଖ

Outlook India

ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଦମ୍‌ଦାର କାହାଣୀ ଓ ଚରିତ୍ର ସହ ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ପରଦାକୁ ଫେରିବେ। ନିର୍ଦ୍ଦେଶକ ଏଟଲି କୁମାରଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହେବ। ଏଥି‌ରେ ଶାହରୁଖ୍‌ଙ୍କୁ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ମିଳିଥିବା ସୂଚନା ମୁତାବକ, ଏଟଲି ଓ ଶାହରୁଖ୍‌ ପ୍ରାୟ ୨ ବର୍ଷ ଧରି ଏକାଠି କାମ କରିବାକୁ ଆଲୋଚନା କରୁଥିଲେ। ଏନେଇ ଏକ ଭଲ କାହାଣୀର ଅପେକ୍ଷାରେ ଥିଲେ। ଶେଷରେ ସେମାନେ ଏକ ଆକ୍ସନ୍‌ ଫିଲ୍ମ ପାଇଁ ସହମତି ପ୍ରକାଶ କରିଛନ୍ତ। ଏଥିରେ ଶାହରୁଖ୍‌ ଦୁଇଟି ବିପରୀତ ଚରିତ୍ରରେ ନଜର ଆସିବେ। ଚଳଚ୍ଚିତ୍ରରେ ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏବଂ ଜଣେ ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର କାହାଣୀ ଏହି ଦୁଇ ଚରିତ୍ରଙ୍କ ଉପରେ ପର୍ଯ୍ୟବସିତ ହେବ। ସୂଚନା ଥାଉ କି, ଶାହରୁଖ୍‌ ପୂର୍ବରୁ ‘ଡୁପ୍ଲିକେଟ୍‌’, ‘ପହେଲି’ ଓ ‘ଫ୍ୟାନ୍‌’ରେ ଡବଲ ରୋଲ୍‌ କରିସାରିଛନ୍ତି। ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଶାହରୁଖ୍‌ ୩-୪ଟି ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe