ଖୁବ୍‌ଶୀଘ୍ର ସୁଟିଂକୁ ଫେରିବେ ଶାହରୁଖ୍‌

Advertisment
‘ପଠାନ୍‌’ ପାଇଁ ୧୦୦ କୋଟି ନେବେ କିଙ୍ଗ୍‌ ଖାନ୍‌

Hindustan Times

ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ସୁଟିଂକୁ ଫେରି‌‌ବେ ବୋଲି ଶୁଣିବାକୁ ମିଳୁଛି। ନଭେମ୍ବର ଶେଷ ଆଡ଼କୁ ୟଶ୍‌ରାଜ୍‌ ଷ୍ଟୁଡିଓରେ ସୁଟିଂ ଆରମ୍ଭ ହେବାକୁ ଥିବା ସିଦ୍ଧାର୍ଥ ଆନନ୍ଦଙ୍କ ଚଳଚ୍ଚିତ୍ର ‘ପଠାନ’ରେ ସେ ଦେଖାଦେବେ। ଚଳଚ୍ଚିତ୍ରର ପ୍ରାଥମିକ ପର୍ଯ୍ୟାୟରେ ଶାହରୁଖ୍‌ଙ୍କର ଦୁଇ ମାସ ଧରି ଏକା ସୁଟିଂର ଯୋଜନା ରହିଛି। ଏହାପରେ ଟିମ୍‌ ନୂଆ ବର୍ଷ ପାଇଁ ଛୁଟି ନେବା ପରେ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ସୁଟିଂ ଆରମ୍ଭ ହେବ। ଏହି ଭାଗରେ ଦୀପିକା ପାଦୁକୋନ୍‌ ଓ ଜନ୍‌ ଇବ୍ରାହମ୍‌ଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଶାହରୁଖ୍‌ ଓ ଜନ୍‌ ଇବ୍ରାହମ୍‌ଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe