‘ପଠାନ୍‌’ର ସୁଟିଂ ଆରମ୍ଭ କରିବେ ଶାହରୁଖ୍‌

Advertisment
‘ପଠାନ୍‌’ର ସୁଟିଂ ଆରମ୍ଭ କରିବେ ଶାହରୁଖ୍‌

IndiaToday

ଦୁଇବର୍ଷର ବିରତି ପରେ ଶାହରୁଖ୍‌ ଖାନ୍‌ ଫିଲ୍ମ ‘ପଠାନ୍‌’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ୍‌ ଓ ଜନ୍‌ ଆବ୍ରାହମ ଅନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିବେ। ଦୀପିକା ଓ ଜନ୍‌ ୨୦୨୧ ଜାନୁଆରିରୁ ସୁଟିଂ ସେଟ୍‌ରେ ସାମିଲ୍‌ ହେବେ।

ଶାହରୁଖଙ୍କ ଶେଷ ଫିଲ୍ମ ‘ଜିରୋ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ସେଥିରେ ସେ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫଙ୍କ ସହ ଅଭିନୟ କରିଥିଲେ। ମିଡ୍‌ ଡେର ରିପୋର୍ଟ ମୁତାବକ ଶାହରୁଖ୍‌ ସିଦ୍ଧାର୍ଥ ଆନନ୍ଦଙ୍କ ଚଳଚ୍ଚିତ୍ର ପଠାନ୍‌ର ସୁଟିଂକୁ ନଭେମ୍ବର ଶେଷ ଭାଗରେ ଓହ୍ଲାଇବେ। ପଠାନ୍‌ ଚଳଚ୍ଚିତ୍ର ଏକ ଷ୍ଟାଇଲିସ୍‌ ପ୍ରତିଶୋଧମୂଳକ ନାଟକୀୟ କଥାବସ୍ତୁ ଉପରେ ଆଧାରିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe