ଅଭିନେତାରୁ ନିର୍ଦ୍ଦେଶକ ବନିଲେ ମୁଁ ଦୁଃଖୀ ହେବା ସହ ଏକା ହୋଇଯିବି : ଶାହାରୁଖ୍ ଖାନ୍

Advertisment
ଅଭିନେତାରୁ ନିର୍ଦ୍ଦେଶକ ବନିଲେ ମୁଁ ଦୁଃଖୀ ହେବା ସହ ଏକା ହୋଇଯିବି : ଶାହାରୁଖ୍ ଖାନ୍

bollywoodhungama.com

ମୁମ୍ବାଇ: ବଲିଲଡର କିଙ୍ଗ୍ ଖାନ୍ ଶାହାରୁଖ୍ ଫିଲ୍ମ ନିର୍ଦ୍ଦେଶନାକୁ ନେଇ ନିଜର ମତ ରଖିଛନ୍ତି। ଏକ ସାକ୍ଷାତକାରରେ ସେ ଅଭିନୟ କରି ଖୁସି ଥିବା କହିଛନ୍ତି। ତାଙ୍କ ହିସାବରେ ଜଣେ ନିର୍ଦ୍ଦେଶକ ସବୁବେଳେ ଦୁଃଖୀ ଓ ଏକା ଥାଏ।  ଫିଲ୍ମର ନିର୍ଦ୍ଦେଶନା ଦେବା ସବୁଠାରୁ କାଠିକର ପାଠ ଏବଂ ଏହାକୁ ଏକାକୀ ନିର୍ଦ୍ଦେଶକକୁ ହିଁ କରିବାକୁ ପଡ଼ିଥାଏ।

Image result for shah-rukh-khan Koimoi

ଜଣେ ନିର୍ଦ୍ଦେଶକ ଫିଲ୍ମ ତିଆରି କରିବା ସହ କଳାକାରଙ୍କୁ କେମିତି ଅଭିନୟ କରିବାକୁ ହେବ, ତାହା ଶିଖାଇଥାଏ। ଡାଏଲଗ୍ ବାଛିବା ସହ ସ୍କ୍ରିପ୍ଟ ପ୍ରସ୍ତୁତ କରିଥାଏ। ଫିଲ୍ମ ତିଆରି ହେବା ପରେ ଏହାକୁ ଅନ୍ଧାର ଘରେ ବସି ଏଡିଟ୍ କରିଥାଏ। ଫିଲ୍ମ ପ୍ରସ୍ତୁତ ହେବା ପରେ ଦର୍ଶକଙ୍କୁ ବିକ୍ରି କରିଥାଏ। ରିଲିଜ୍ ପରେ ଫିଲ୍ମର ସଫଳତା ଓ ଅସଫଳତା ପାଇଁ ମଧ୍ୟ ନିର୍ଦ୍ଦେଶକ ଏକାକୀ ଦାୟୀ ହୋଇଥାଏ। ସେଥି ପାଇଁ ମୋତେ ଲାଗେ ନିର୍ଦ୍ଦେଶକ ହେବା ଦ୍ବାରା ଜଣେ ବହୁତ ଏକା ପଡ଼ିଯାଏ। ଏଥି ପାଇଁ ମୁଁ କେବେ ହେଲେ ବି ନିର୍ଦ୍ଦେଶକ ହେବି ନାହିଁ। ଅଭିନୟ କରି ଅଭିନେତା ହିସାବରେ ମୁଁ ବହୁତ ଖୁସି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe