ଅକ୍ଷୟଙ୍କ ପରେ କେରଳବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ୍‌, ଦେଲେ ୨୧ଲକ୍ଷ ଟଙ୍କା

Advertisment
ଅକ୍ଷୟଙ୍କ ପରେ କେରଳବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ୍‌, ଦେଲେ ୨୧ଲକ୍ଷ ଟଙ୍କା

toldnews.com

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ପରେ ଏବେ ଶାହାରୁଖ୍‌ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାହାଯ୍ୟ ହାତ ବଢ଼ାଇଥିବା ଜଣା ପଡ଼ିଛି । କିଙ୍ଗ ଖାନ୍‌ଙ୍କ ମୀର ଫାଉଣ୍ଡେସନ ତରଫରୁ କେରଳବାସୀଙ୍କୁ ୨୧ଲକ୍ଷ ଟଙ୍କା ଦିଆ ଯାଇଛି । ବିଗତ ୧୦୦ ବର୍ଷର ଇତିହାସରେ କେବେବି ଏପରି ବନ୍ୟା ପରିସ୍ଥିତିର ସାମ୍ନା କରି ନଥିଲେ କେରଳବାସୀ ।

publive-image Samaja Live English

ଚଳିତ ପ୍ରଳୟଙ୍କରୀ ବନ୍ୟାରେ ଏ ପର୍ଯ୍ୟନ୍ତ ୩୫୭ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ପ୍ରତିଦିନ ମୁତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେରଳରେ ଲୋକମାନେ ସାମ୍ନା କରୁଥିବା ବନ୍ୟା ପରିସ୍ଥିତି ପାଇଁ ସାରା ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ କୁହାଯାଉଥିବା ବେଳେ ଅନେକ କଳାକାର ଏ ନେଇ ସାହାଯ୍ୟ କରିଥିବା ଜଣା ପଡ଼ିଛି । ଏସିଡ଼୍‍ ମାଡ଼ ପୀଡ଼ିତା ଏବଂ କର୍କଟ ରୋଗୀମାନଙ୍କୁ ସାହାଯ୍ୟ କରୁଥିବା ଶାହାରୁଖ୍‌ଙ୍କ ମୀର ଫାଉଣ୍ଡେସନ କେରଳବସୀଙ୍କ ଉଦ୍ଦେଶ୍ୟରେ ୨୧ଲକ୍ଷ ଦାନ କରିଥିବା ଜଣା ପଡ଼ିଛି। ଏହା ପୂର୍ବରୁ ଅଭିନେତା ଅକ୍ଷୟ କୁମାର ଏବଂ ଫିଲ୍ମ ନିର୍ମାତା ପ୍ରିୟଦର୍ଶନ କେରଳର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ନିଜର ସହୟତା ରାଶି ଦେବା ସହ ପ୍ରିୟଦର୍ଶନ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe