ଆରୟନଙ୍କୁ ଜାମିନ ମିଳିବା ପରେ ଟ୍ବିଟ କରି ଏଭଳି ଲେଖିଲେ ସୋନୁ ସୁଦ୍, ଟ୍ବିଟରରେ ଛାଇଲା ବଲିଉଡ କଳାକାରଙ୍କ ପ୍ରତିକ୍ରିୟା

Advertisment
ଆରୟନଙ୍କୁ ଜାମିନ ମିଳିବା ପରେ ଟ୍ବିଟ କରି ଏଭଳି ଲେଖିଲେ ସୋନୁ ସୁଦ୍, ଟ୍ବିଟରରେ ଛାଇଲା ବଲିଉଡ କଳାକାରଙ୍କ ପ୍ରତିକ୍ରିୟା

ମୁମ୍ବାଇ: କିଛି ସପ୍ତାହ ଜେଲରେ ରହିବା ପରେ ଆଜି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନଙ୍କୁ ଜାମିନ ମିଳିଛି। ମୁମ୍ବାଇର ଏକ କ୍ରୁଜରେ ଡ୍ରଗ ପାର୍ଟି ଚାଲିଥିବା ବେଳେ ଚଢ଼ାଉ କରି ଆରୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଅନେକ ଦିନ ଜାମିନ ଆବେଦନ ଖାରଜ ହେବା ପରେ ଆଜି ଶେଷରେ ଆରୟନଙ୍କ ଜାମିନକୁ ମଞ୍ଜୁର କରିଛନ୍ତି ଅଦାଲତ। ଏହି ଖୁସିରେ ଟ୍ବିଟରରେ ‌ଏବେ ବଲିଉଡ କଳାକାରଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଅଭିନେତା ସୋନୁ ସୁଦ ଟ୍ବିଟ କରି ଲେଖିଛନ୍ତି ଯେ, ସମୟ ଯେବେ ନ୍ୟାୟ କରେ, ସେତେବେଳେ ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ।

ସେହିଭଳି ଅଭିନେତା ଆର ମାଧବନ ଲେଖିଛନ୍ତି ଯେ‌, ଭଗବାନଙ୍କୁ ଧନ୍ୟବାଦ। ଜଣେ ବାପା ହିସାବରେ ମୋତେ ବହୁତ ଖୁସି ଲାଗୁଛି। ଏବେ ସବୁ ଭଲ ଏବଂ ସକରାତ୍ମକ ଘଟଣା ଘଟୁ।

ଅନ୍ୟପକ୍ଷରେ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ଆରୟନଙ୍କ ସହ ତାଙ୍କର ଏକ ପିଲାଦିନର ଫଟୋ ଇନଷ୍ଟାରେ ସେୟାର କରିଥିବା ଦେଖାଯାଇଛି।

କଣ୍ଠଶିଳ୍ପୀ ମିକା ସିଂହ ଲେଖିଛନ୍ତି ଯେ, ଜାମିନ ପାଇଥିବାରୁ ଆରୟନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅଭିନନ୍ଦନ। ଜାମିନ ମଞ୍ଜୁର ହୋଇଥିବାରୁ ମୁଁ ଖୁସି। ଭଗବାନ ତୁମକୁ ଏବଂ ତୁମର ପରିବାରକୁ ଆଶୀର୍ବାଦ କରନ୍ତୁ।

ତେ‌ବେ ବଲିଉଡ କଳାକାରଙ୍କ ସମେତ ଶାହରୁଖଙ୍କ ପ୍ରଶଂସକ ମଧ୍ୟ ଆରୟନଙ୍କୁ ଜାମିନ ମିଳିବା ପରେ ଖୁସି ମନାଇଛନ୍ତି। ଶାହରୁଖଙ୍କ ଘ‌ର ଆଗରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe