‘ବାଜିଗର’ରେ ପୁଣି ଥରେ ଶାହରୁଖ!

Advertisment

୧୯୯୩ ମସିହାରେ ରିଲିଜ୍ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ବାଜିଗର’ ହିଁ ଶାହରୁଖ ଖାଁଙ୍କୁ  ଷ୍ଟାର୍ କରିଥିଲା। ଏହି ସିନେମାଟିରେ ସେ ଆଣ୍ଟି-ହିରୋ ଭୂମିକା ନିଭାଇଥିଲେ ମଧ୍ୟ ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା।

୧୯୯୩ ମସିହାରେ ରିଲିଜ୍ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ବାଜିଗର’ ହିଁ ଶାହରୁଖ ଖାଁଙ୍କୁ  ଷ୍ଟାର୍ କରିଥିଲା। ଏହି ସିନେମାଟିରେ ସେ ଆଣ୍ଟି-ହିରୋ ଭୂମିକା ନିଭାଇଥିଲେ ମଧ୍ୟ ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା।

00

୧୯୯୩ ମସିହାରେ ରିଲିଜ୍ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ବାଜିଗର’ ହିଁ ଶାହରୁଖ ଖାଁଙ୍କୁ  ଷ୍ଟାର୍ କରିଥିଲା। ଏହି ସିନେମାଟିରେ ସେ ଆଣ୍ଟି-ହିରୋ ଭୂମିକା ନିଭାଇଥିଲେ ମଧ୍ୟ ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା। ‘ବାଜିଗର’ କାମ ଆରମ୍ଭ ହେବା ବେଳେ ଅନେକ ଅଭିନେତା ଏପରି ଚରିତ୍ର କରିବାକୁ ମନା କରି ଦେଇଥିଲେ। ହେଲେ କାମ କରିବାକୁ ରାଜି ହୋଇଥିଲେ ଶାହରୁଖ। ଏହା ତାଙ୍କର ଉଚିତ ନିଷ୍ପତ୍ତି ଥିଲା ବୋଲି ‘ବାଜିଗର୍‌’ ସୁପର୍‌ହିଟ୍‌ ହେବା ପରେ ପ୍ରମାଣିତ ହୋଇଥିଲା। ସେହି ସିନେମାରୁ ହିଁ ରାତାରାତି ଲୋକଙ୍କ ମନର ରାଜା ବନିଗଲେ କିଙ୍ଗ୍‌ ଖାଁ ଶାହରୁଖ।

ତେବେ ‘ବାଜିଗର’ ପ୍ରଶଂସକମାନଙ୍କ ପାଇଁ ଆସିଛି ଖୁସି ଖବର। ଫିଲ୍ମ ରିଲିଜ୍ ହେବାର ୩୧ ବର୍ଷ ପରେ ଏବେ ଏହାର ଦ୍ବିତୀୟ ଭାଗ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ପ୍ରଯୋଜକ ରତନ ସିଂହ କହିଛନ୍ତି ଯେ ‘ବାଜିଗର-୨’ ପାଇଁ ଶାହରୁଖଙ୍କ ସହ ସେ କଥା ହୋଇଛନ୍ତି। ଦ୍ବିତୀୟ ଭାଗରେ ବି ମୁଖ୍ୟ ଭୂମିକା ନିଭାଇବେ ଶାହରୁଖ। ତେବେ ଏ ପର୍ଯ୍ୟନ୍ତ ସିନେମାର ବି‌େଶଷ କିଛି କାମ ହୋଇନାହିଁ। 
‘ବାଜିଗର’ରେ ଶାହରୁଖଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଥିଲେ। ଶିଳ୍ପା ସେଟ୍ଟୀଙ୍କର ଏହା ପ୍ରଥମ ଫିଲ୍ମ ହୋଇଥିବା ବେଳେ ଅଭିନେତ୍ରୀ କାଜଲ ଏଥିରେ ମୁଖ୍ୟ ନାୟିକା ବନିଥିଲେ। ଏ ଦୁଇଜଣଙ୍କୁ ‘ବାଜିଗର-୨’ରେ ଦେଖିବାକୁ ମିଳିବ କି ନାହିଁ, ତାହା ଜଣାପଡ଼ିନି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe