ସତ ପାଇଁ ମୁହଁ ଖୋଲନ୍ତୁ ଶାହରୁଖ: ସୟାନି

Advertisment
ସତ ପାଇଁ ମୁହଁ ଖୋଲନ୍ତୁ ଶାହରୁଖ: ସୟାନି

DNA India

ଗାନ୍ଧୀ ଜୟନ୍ତୀ ଅବସରରେ ଅଭିନେତା ଶାହରୁଖ୍‌ ଖାନ୍‌ ‘ସତ୍ୟର ମହତ୍ବ’ କଥା ମନେ ପକାଇଛନ୍ତି। ସେ ମହାତ୍ମାଙ୍କୁ ମନେ ପକାଇବା ସହ ଟ୍ବିଟ୍ କରିଛନ୍ତି, ‘ଭଲ କି ଖରାପ ସମୟ ହେଉ; ଖରାପ କଥା ଶୁଣିବାନି, ଖରାପ କଥା ଦେଖିବାନି କି ଖରାପ କଥା କହିବାନି’। ଗାନ୍ଧୀଜୀଙ୍କ ଏହି ତିନୋଟି ବାଣୀ ଯଦି ଆମେ ଆମ ସନ୍ତାନମାନଙ୍କୁ ଶିଖାଇ ପାରିବା, ତାହା ଗାନ୍ଧୀଜୀଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଶାହରୁଖଙ୍କ ଏହି ଟ୍ବିଟ୍‌ର ଜବାବ ଦେଇ ଅଭିନେତ୍ରୀ ସୟାନି ଗୁପ୍ତା ଶାହରୁଖ୍‌ଙ୍କୁ ଦଳିତଙ୍କ ପାଇଁ ସ୍ବର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି। ସୟାନି ଲେଖିଛନ୍ତି, କିଛି କୁହ, ଠିକ୍‌ କଥା କୁହ। ଗାନ୍ଧୀଜୀ ଆମକୁ ସତ୍ୟ ସପକ୍ଷରେ ଠିଆ ହେବାକୁ କହିଯାଇଛନ୍ତି। ଦଳିତ, ସଂଖ୍ୟାଲଘୁ ଓ ଶୋଷିତବର୍ଗ ପାଇଁ ମୁହଁ ଖୋଲ। ଏହିଭଳି ଭାବେ ମୁହଁ, ଆଖି ଓ କାନ ବନ୍ଦ କରି ରୁହନାହିଁ। ହାଥରାସ୍‌ ଦଳିତ ଯୁବତୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆଧାର କରି ସେ ଏହିଭଳି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe