ଏହି କାରଣରୁ ପରିବାର ସହ ମନ୍ନତ ଛାଡ଼ି ଭଡ଼ା ଘରେ ରହିବେ ଶାହରୁଖ ଖାନ୍

ଶାହରୁଖ ଖାନ ଚଳିତ ବର୍ଷ ମେ’ ମାସ ପୂର୍ବରୁ ମନ୍ନତ ଛାଡି ବାନ୍ଦ୍ରାର ପାଲି ହିଲକୁ ଯିବେ। କୁହାଯାଉଛି ଯେ, ସୁପରଷ୍ଟାର ତାଙ୍କ ପରିବାର ସହିତ ଏକ ଭଡା ଘରକୁ ରହିବାକୁ ଯିବେ।

tshahruk

ମୁମ୍ବାଇ: ମୁମ୍ବାଇରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ବିଭିନ୍ନ ଐତିହାସିକ ସ୍ଥାନ ସହିତ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥାଏ ଧନୀକ ବ୍ୟକ୍ତିଙ୍କ ବଡ଼ ବଡ଼ ବଙ୍ଗଳା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗ‌ଳା ମନ୍ନତ ସେଥିମଧ୍ୟରୁ ଅନ୍ୟତମ। ଲୋକେ ମୁମ୍ବାଇକୁ ବୁଲିବାକୁ ଗଲେ ମନ୍ନତକୁ ଦେଖିବାକୁ ଜମା ବି ଭୁଲନ୍ତି ନାହିଁ। ଶାହରୁଖ ଏହି ଘର ତିଆରି କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ସେ ନିଜ ପରିବାର ସହ ଏହି ଘର ଛାଡ଼ିବେ ବୋଲି ଜଣାପଡ଼ିଛି।

ଶାହରୁଖ ଖାନ, ପତ୍ନୀ ଗୌରୀ ଖାନ, ପୁଅ ଆରୟନ ଖାନ, ଝିଅ ସୁହାନା ଖାନ ଏବଂ ପୁଅ ଅବରାମ ଚଳିତ ବର୍ଷ ମେ’ ମାସ ପୂର୍ବରୁ ମନ୍ନତ ଛାଡି ବାନ୍ଦ୍ରାର ପାଲି ହିଲକୁ ରହିବାକୁ ଯିବେ ବୋଲି ଜଣାପଡ଼ିଛି। ଏବେ ଏହାର କାରଣ ସାମ୍ନାକୁ ଆସିଛି। ମନ୍ନତରେ ନବୀକରଣ କାମ ଚାଲିଛି। ଏହି କାରଣରୁ ସୁପରଷ୍ଟାର ଏକ ଭଡା ଘରକୁ କିଛି ବର୍ଷ ପାଇଁ ରହିବାକୁ ଯିବେ। ନବୀକରଣ ପରେ ସେ ପୁଣି ମନ୍ନତକୁ ଫେରିବେ ବୋଲି ଜଣାପଡ଼ିଛି।

ସୂଚନା ମିଳିଛି ଯେ, ଶାହରୁଖ ଖାନ ଫିଲ୍ମ ପ୍ରଯୋଜକ ଜ୍ୟାକି ଭଗନାନୀଙ୍କଠାରୁ ଏକ ଚାରି ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ଭଡା ନେଇଛନ୍ତି। ସେ ତାଙ୍କ ପରିବାର ସହିତ ଏଠାରେ ଦୁଇ ବର୍ଷ ରହିବେ। ଏହି ଆପାର୍ଟମେଣ୍ଟ ପାଇଁ କିଙ୍ଗ ଖାନ ଭଗନାନୀଙ୍କୁ ପ୍ରତି ମାସରେ ୨୪ଲକ୍ଷ ଟଙ୍କା ଭଡା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe