ଅଯୋଧ୍ୟାରେ ରାମଲୀଳା ପ୍ରଦର୍ଶନ କରିବେ ଏହି ସବୁ ବଲିଉଡ କଳାକାର

Advertisment

ରାବଣ ଭୂମିକାରେ ନଜର ଆସିବେ ଶାହବାଜ ଖାନ

ରାବଣ ଭୂମିକାରେ ନଜର ଆସିବେ ଶାହବାଜ ଖାନ

ଅଯୋଧ୍ୟାରେ ରାମଲୀଳା ପ୍ରଦର୍ଶନ କରିବେ ଏହି ସବୁ ବଲିଉଡ କଳାକାର

photo-india tv news

ମୁମ୍ବାଇ: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ। ଆଉ ଏହା ପରେ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏଥର ଦଶହରା ଅବସରରେ ଅଯୋଧ୍ୟାରେ ଭବ୍ୟ ରାମଲୀଳା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ବଲିଉଡ ଅଭିନେତା ତଥା ବିଜେପି ସାଂସଦ ବିଭିନ୍ନ ଭୂମିକାରେ ନଜର ଆସିବେ। ବଲିଉଡ ଅଭିନେତା ଶାହବାଜ ଖାନ, ଆଶୁତୋଷ ରାଣା, ଗୋରଖପୁର ସାଂସଦ ରବି କିଶନ ଏବଂ ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ ଅଭିନୟ କରିବେ।

ଏହି କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି। ସରକାରଙ୍କ ଅନ୍ତିମ ନିଷ୍ପତ୍ତି ପରେ ଏହା ଉପରେ ଅଧିକ କାର୍ଯ୍ୟ କରାଯିବ। ଆସନ୍ତା ଅକ୍ଟୋବରରେ ଦଶହରା ଅବସରରେ ଅଯୋଧ୍ୟାରେ ଏକ ଭବ୍ୟ ରାମଲୀଳା ଆୟୋଜନ କରାଯିବ ବୋଲି ବିଭାଗ ଯୋଜନା କରିଛି।

ବଡ କଥା ଯେ ଏହି ରାମଲୀଳାରେ ବଲିଉଡ ତାରକାଙ୍କ ସହ ଅନ୍ୟ ଘରୋଇ ତଥା ବିଦେଶୀ କଳାକାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନାନୁସାରେ, ଗୋରଖପୁରର ସାଂସଦ ରବି କିଶନ ଭରତ ଭୂମିକାରେ, ମନୋଜ ତିୱାରୀ ଅଙ୍ଗଦ, ବିନ୍ଦୁ ଦାରା ସିଂ ହନୁମାନ, ଶାହବାଜ ଖାନ ରାବଣ ଭୂମିକାରେ ଅଭିନୟ କରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe