ସ୍କୁଲରେ ପଢୁଥିବା ବେଳେ ଏହି ବଲିଉଡ ନାୟିକା ଶାହିଦ୍‌ କପୁରଙ୍କ ଦିଓ୍ଵାନା ଥିଲେ ହେଲେ, ବଡ଼ ହେବାପରେ ତାଙ୍କର ପ୍ରିୟ ନାୟକ ବନିଯାଇଥିଲେ ରିତିକ୍‌ ରୋଶନ୍‌

ସ୍କୁଲରେ ପଢୁଥିବା ବେଳେ ଏହି ବଲିଉଡ ନାୟିକା ଶାହିଦ୍‌ କପୁରଙ୍କ ଦିଓ୍ଵାନା ଥିଲେ ହେଲେ, ବଡ଼ ହେବାପରେ ତାଙ୍କର ପ୍ରିୟ ନାୟକ ବନିଯାଇଥିଲେ ରିତିକ୍‌ ରୋଶନ୍‌

photo-indian express.com

ମୁମ୍ବାଇ:ଆଜି ହେଉଛି ଜଣାଶୁଣା ନାୟିକା ପ୍ରାଚୀ ଦେଶାଇଙ୍କ ଜନ୍ମଦିନ। ଛୋଟ ପରଦାରୁ କ୍ୟାରିଅର୍‌ ଆରମ୍ଭ କରିଥିବା ପ୍ରାଚୀ ଦେଶାଇ ବଡ ପରଦାରେ ସକ୍ରିୟ ହୋଇଥିଲେ । ତାଙ୍କୁ ଇତିମଧ୍ୟରେ ‘ ଓ୍ଵାନସ୍‌ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ବୋଲ୍‌ ବଚ୍ଚନ, ରକ୍‌ ଅନ୍‌, ଆଇ ମି ଔର ମେଁ ଭଳି ଲୋକପ୍ରିୟ ସିନେମାରେ ହିରୋଇନ୍‌ ଭାବେ ଦେଖିଛନ୍ତି ସିନେପ୍ରେମୀ ।

publive-image photo-kinkylittleboots.com

ମିଲନ୍‌ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ଓ୍ଵାନସ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ପ୍ରାଚୀ ବନିଥିଲେ ଇମ୍ରାନ୍‌ ହାସମୀଙ୍କ ନାୟିକା । ଠିକ୍‌ ସେହିପରି ଅଶ୍ୱିନୀ ଧୀରଙ୍କ ‘ ବୋଲ ବଚ୍ଚନ’ରେ ଅଭିଷେକ ବଚ୍ଚନ ଓ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘ରକ୍‌ ଅନ୍‌’ରେ ଫରହାନ୍‌ ଅଖତରଙ୍କ ସହ କାମ କରିଥଲେ ଏହି ବଲିଉଡ୍‌ ନାୟିକା ।

publive-image photo--easterneye.eu

ପ୍ରାଚୀ ଦେଶାଇ ସ୍କୁଲରେ ପଢୁଥିବା ବେଳେ ଶାହିଦ୍‌ କପୁରଙ୍କ ଦିଓ୍ଵାନା ହୋଇଯାଇଥିଲେ, ହେଲେ ଟେଲି ଆକ୍ଟ୍ରେସ୍‌ ହେବା ପରେ ତାଙ୍କର ପ୍ରିୟ ନାୟକ ବନିଯାଇଥିଲେ ରିତିକ୍‌ ରୋଶନ୍‌ । ରିତିକଙ୍କ ସହିତ ହିରୋଇନ୍‌ ହେବା ତାଙ୍କର ଏକ ସ୍ୱପ୍ନ ବୋଲି କହନ୍ତି ପ୍ରାଚୀ ଦେଶାଇ । ଦେଖାଯାଉ ତାଙ୍କର ଏହି ସ୍ୱପ୍ନ କେବେ ପୂରଣ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe