ନୂଆଦିଲ୍ଲୀ: ଯେପରି ଅଭିନେତା ଶାହିଦ କପୁର ବଲିଉଡର ଜଣେ ପ୍ରତିଭାବାନ ତାରକା, ତେବେ ତାଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ କୌଣସି ଗୁଣରେ କମ୍ ନୁହଁନ୍ତି। ସେ ଜଣେ ଭଲ ଫ୍ୟାସନିଷ୍ଟ୍ ଭାବେ ବେଶ ଜଣାଶୁଣା। କେବଳ ଇନଷ୍ଟାଗ୍ରାମ ନୁହେଁ, ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୀରାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ମୀରା ରାଜପୁତଙ୍କର ଏହି ପ୍ଲାଟଫର୍ମମାନଙ୍କର ତାଙ୍କ ଗ୍ଲାମରସ୍ ଜୀବନର ଝଲକ ଦେଖିବାକୁ ମିଳିଥାଏ।
ନିକଟରେ ଶାହିଦ ତାଙ୍କ ପତ୍ନୀଙ୍କ ସଂପର୍କରେ ଏକ କଥାର ଖୁଲାସା କରିଛନ୍ତି। ସେ ବିବାହର ୮ ବର୍ଷ ପରେ ପତ୍ନୀଙ୍କର କେଉଁ ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ ସେ ବିଷୟରେ କହିଛନ୍ତି। ଶାହିଦ ଓ ମୀରାଙ୍କୁ ବଲିଉଡ୍ର ପାୱାର୍ କପଲ୍ ବୋଲି ମନାଯାଏ। ସେମାନେ ୨୦୧୫ ମସିହାରେ ବିବାହ କରିଥିବା ବେଳେ ଏବେ ସେମାନଙ୍କ ବିବାହକୁ ୮ ବର୍ଷ ବିତିଗଲାଣି। ସମୟ ସାଥେ ସାଥେ ଦୁହିଁଙ୍କ ସଂପର୍କ ଅଧିକ ମଜବୁତ୍ ହୋଇଛି।
ତେବେ ନିକଟରେ ଶାହିଦଙ୍କୁ ଏକ ସାକ୍ଷାତ୍କାରରେ ପଚରାଗଲା କି ତାଙ୍କ ପତ୍ନୀ ମୀରାଙ୍କର କେଉଁ ଅଭ୍ୟାସ ଭଲ ଲାଗେ ନାହିଁ। ତାହାର ଉତ୍ତରରେ ଶାହିଦ ମୀରାଙ୍କ ଶୋଇବା ଅଭ୍ୟାସ ବୋଲି କହିଛନ୍ତି। ମୀରା ବହୁତ ଶୁଅନ୍ତି, ଯାହାକି ଶାହିଦଙ୍କୁ ପସନ୍ଦ ନୁହେଁ।
ଶାହିଦ କହିଛନ୍ତି ଯେ ସେ ଯଦି ମୀରାଙ୍କୁ ୯ଟା ବେଳେ ବି ଉଠାଇବାକୁ ଚେଷ୍ଟା କରନ୍ତି ତ ସେ ସେତେବେଳେ ବି ସହଜରେ ଉଠନ୍ତି ନାହିଁ। ତେବେ ମୀରା ତାଙ୍କୁ କୌଣସି କାମ ପାଇଁ ଶ୍ରେୟ ଦେଉନଥିବା ବି ସାହିଦଙ୍କୁ ଭଲ ଲାଗେନି ବୋଲି ସେ କହିଛନ୍ତି।
Follow Us