୬ଦିନରେ ୩ଟି ଫିଲ୍ମର ରେକର୍ଡ ବ୍ରେକ୍‌ କଲା 'କବୀର ସିଂହ', ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇଲେ ଶାହିଦ

୬ଦିନରେ ୩ଟି ଫିଲ୍ମର ରେକର୍ଡ ବ୍ରେକ୍‌ କଲା 'କବୀର ସିଂହ', ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇଲେ ଶାହିଦ

Deccan Chronicle

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ଫିଲ୍ମ ‘କବୀର ସିଂହ’ ଏବେ ବକ୍ସ ଅଫିସରେ ଧମାଲ ମଚାଇବା ଆରମ୍ଭ କରିଛି । ରିଲିଜ୍‌ ହେବା ପରଠାରୁ ହିଁ ଦର୍ଶକ ଫିଲ୍ମକୁ ଭଲ ପାଇବା ଦେବା ଆରମ୍ଭ କରିଥିବା ବେଳେ ୫ଦିନ ମଧ୍ୟରେ ଫିଲ୍ମଟି ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଥିବା ନେଇ ସୂଚନା ମିଳିଥିଲା । ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ୫ମ ଦିନରେ ଫିଲ୍ମ କରିଥିବା ଆୟ ଟୁଇଟ୍‌ରରେ ସେୟାର କରିଥିଲେ । ଫିଲ୍ମଟି ମଙ୍ଗଳବାର ୧୬.୫୩କୋଟି ଟଙ୍କା ଆୟ କରିବା ପରେ ଫିଲ୍ମର ସର୍ବମୋଟ ଆୟ ୧୦୪.୬୦କୋଟିରେ ପହଞ୍ଚିଥିବା ବେଳେ ବୁଧବାର ୧୫.୬୧କୋଟି ଟଙ୍କା ଆୟ କରିଥିଲା ଫିଲ୍ମ ‘କବୀର ସିଂହ’ । ଯାହାଦ୍ୱାରା ଏବେ ଫିଲ୍ମର ସର୍ବମୋଟ ଆୟ ୧୨୦.୮୧କୋଟିରେ ପହଞ୍ଚିଛି । ଅଭିନେତା ଶାହିଦ୍‌ଙ୍କୁ ଏକ ବଡ଼ ସୁପରହିଟ୍‌ ଫିଲ୍ମର ଅପେକ୍ଷା ରହିଥିବା ବେଳେ ଫିଲ୍ମ ‘କବୀର ସିଂହ’ ଶାହିଦ୍‌ଙ୍କ ସେ ଇଚ୍ଛାକୁ ପୂରଣ କରିଛି । ରିଲିଜ୍‌ ହେବାର ୬ଦିନ ମଧ୍ୟରେ ବଡ଼ ବଡ଼ କଳାକାରଙ୍କ ଫିଲ୍ମକୁ ପଛରେ ପକାଇ ଦେଇଛି ଫିଲ୍ମ କବୀର ସିଂହ ।

publive-image Bollywood

ସେ ମଧ୍ୟରେ ରହିଛି ଅକ୍ଷୟ କୁୁମାରଙ୍କ ଫିଲ୍ମ ‘କେଶରୀ’, ରଣବୀର ସିଂହଙ୍କ ଫିଲ୍ମ ‘ଗଲି ବଏ’ ଏବଂ ଫିଲ୍ମ ‘ଟୋଟାଲ ଧମାଲ’ । ଫିଲ୍ମ ‘କେଶରୀ’ ୮ଦିନରେ ୧୦୫.୮୬କୋଟି ଟଙ୍କା ଆୟ କରିଥିବା ବେଳେ ‘ଗଲି ବଏ’ ୮ଦିନରେ ୧୦୦.୩୦କୋଟି ଟଙ୍କା ଆୟ କରିଥିଲା । ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜ୍‌ର ୭ଦିନ ମଧ୍ୟରେ ୯୪.୫୫କୋଟି ଟଙ୍କା ଆୟ କରିଥିଲା । ୧୦୦କୋଟି କ୍ଲବ୍‌ରେ ସାମିଲ ହେବାକୁ ଏହି ୩ଟି ଫିଲ୍ମକୁ ୭-୮ଦିନ ସମୟ ଲାଗିଥବା ବେଳେ କେବଳ ୫ଦିନରେ ଫିଲ୍ମ ‘କବୀର ସିଂହ’ ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe