କିଛି ଲୋକ ବିଏମଡବ୍ଲୁରେ ବସି ସଂଘର୍ଷ କରନ୍ତି, ମୁଁ ଅଡିସନ ଦେଇ ଦେଇ ଏଠାରେ ପହଞ୍ଚିଛି: ଶାହିଦ୍

ଶାହିଦ କପୁର ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଶାହିଦଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ତିଆରି କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଏବେ ଏହି ସଂଘର୍ଷ ବିଷୟରେ ଏକ ପଡକାଷ୍ଟରେ କହିଛନ୍ତି ଶାହିଦ।

GùZ

eùeG

ମୁମ୍ବାଇ: ଶାହିଦ କପୁର ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଶାହିଦଙ୍କ ବାପା ପଙ୍କଜ କପୁର ମଧ୍ୟ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ। ପଙ୍କଜ କପୁର ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ତଥାପି ଶାହିଦଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ତିଆରି କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଅନେକ ଅଡିସନ୍ ଦେବାକୁ ପଡିଥିଲା। ସେ ସହଜରେ ପ୍ରସିଦ୍ଧି ଏବଂ ନାମ ପାଇ ନଥିଲେ ବୋଲି ଏକ ସାକ୍ଷାତକାରରେ ଜଣାଇଛନ୍ତି।

ସୂଚନା ମୁତାବକ, ଯେତେବେଳେ ଶାହିଦ ମାତ୍ର ୩ବର୍ଷର ଥିଲେ, ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ। ଶାହିଦ ତାଙ୍କ ମାଆ ନୀଳିମା ଅଜିମଙ୍କ ପାଖରେ ରହି ବଡ଼ ହୋଇଥିଲେ। ଗୋଟିଏ ସମୟରେ, ତାଙ୍କୁ ଏକ ଭଡା ଘରେ ରହିବାକୁ ପଡିଥିଲା। ଏବେ ତାଙ୍କୁ ସଫଳତା ମିଳିବା ପରେ ଏକ ପଡକାଷ୍ଟରେ ନିଜ ସଂଘର୍ଷର କାହାଣୀ କହିଛନ୍ତି ଶାହିଦ୍।

ତାଙ୍କ କହିବା ମୁତାବକ, "ଜଣେ ଷ୍ଟାର କିଡ୍ ହୋଇ ବି କୌଣସି ସୁବିଧା ମିଳିନଥିଲା। କିଛି ଲୋକ ବିଏମଡବ୍ଲୁରେ ବସି ସଂଘର୍ଷ କରନ୍ତି। ଦେଶର ଶ୍ରେଷ୍ଠ ୨-୩ ଜଣ ନିର୍ଦ୍ଦେଶକଙ୍କ ସହିତ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରନ୍ତି। କିନ୍ତୁ ମୁଁ ୨୫୦ଟି ଅଡିସନ୍ ଦେଇ ଆସିଛି। କାରଣ ମୋର ପରିସ୍ଥିତି ମୋତେ ସମର୍ଥନ କରିନଥିଲା।"

ଶାହିଦଙ୍କ ପେସାଦାର ଜୀବନ ଦେଖିବାକୁ ଗଲେ, ସେ ଖୁବ୍ ଶୀଘ୍ର 'ଦେବା' ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ଶାହିଦ ଜଣେ ପୁଲିସ ଅଫିସର ଭୂମିକାରେ ନଜର ଆସିବେ। 'ଦେବା'ର ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରିଥିବା ଦେଖାଯାଇଛି। ଜାନୁଆରି ୩୧ତାରିଖରେ ପ୍ରେକ୍ଷାଳୟରେ ଫିଲ୍ମଟି ମୁକ୍ତିଲାଭ କରିବ ବୋଲି କୁହାଯାଉଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ନିର୍ମାତା।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe