'ଜର୍ସି'ର ସୁଟିଂ ସେଟରେ ଗୁରୁତର ଭାବେ ଆହତ ହେଲେ ଶାହିଦ୍, ମୁହଁରେ ବଲ୍ ବାଜିବାରୁ ପଡ଼ିଲା ୧୩ଟି ଷ୍ଟିଚ୍

Advertisment
'ଜର୍ସି'ର ସୁଟିଂ ସେଟରେ ଗୁରୁତର ଭାବେ ଆହତ ହେଲେ ଶାହିଦ୍, ମୁହଁରେ ବଲ୍ ବାଜିବାରୁ ପଡ଼ିଲା ୧୩ଟି ଷ୍ଟିଚ୍

aajtak.intoday.in

ମୁମ୍ବାଇ: ଫିଲ୍ମ 'କବୀର ସିଂହ'ର ସଫଳତା ପରେ ଏବେ ନିଜର ଆଗାମୀ ଫିଲ୍ମ 'ଜର୍ସି'ର ସୁଟିଂରେ ବ୍ୟସ୍ତ ଅଛନ୍ତି ବଲିଉଡ୍ ଅଭିନେତା ଶାହିଦ୍ କପୁର। ଫିଲ୍ମକୁ ସଫଳ କରିବା ପାଇଁ ଶାହିଦ୍ ସବୁ ପ୍ରକାରର ଚେଷ୍ଟା ଚଳାଇଥିବା ବେଳେ ଏବେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣା ପଡ଼ିଛି। ସୁଟିଂ ସମୟରେ ତାଙ୍କ ମୁହଁରେ ବଲ୍ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏମିତି କି ତାଙ୍କ ମୁହଁରେ ୧୩ଟି ଷ୍ଟିଚ୍ ପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବକ, ସୁଟିଂ ଚାଲୁଥିବା ବେଳେ ଶାହିଦ୍ ବ୍ୟାଟିଂ କରୁଥିଲେ। ଏହି ସମୟରେ ବଲ୍ ଆସି ତାଙ୍କ ତଳ ଓଠରେ ବାଜିଥିଲା। ରକ୍ତ ବୋହିବା ପରେ ତୁରନ୍ତ ଡାକ୍ତରଙ୍କୁ ଡ଼କା ଯାଇଥିଲା। ଏବେ ଚିକିତ୍ସା ସରିଥିବା ବେଳେ ଯେ ପର୍ଯ୍ୟନ୍ତ ଓଠରେ ଲାଗିଥିବା ଆଘାତ ଠିକ୍ ହୋଇ ନାହିଁ ସେ ପର୍ଯ୍ୟନ୍ତ ଶାହିଦ୍ ସୁଟିଂ କରି ପାରିବେ ନାହିଁ ବୋଲି କହିଛନ୍ତି ଡାକ୍ତର। ଏହା ସହ ୫ଦିନ ପରେ ତାଙ୍କୁ ଲାଗିଥିବା ଆଘାତକୁ ଦେଖିବା ପରେ ସେ ସୁଟିଂ କରି ପାରିବେ କି ନାହିଁ ବୋଲି ଡାକ୍ତର ଜଣାଇବେ।

Image result for shahid-kapoor-suffers-13-stitches-as-he-gets-injured-on-the-sets-of-jersey The Quint

ତେବେ କିଛି ଦିନ ତଳେ ଏକ ସାକ୍ଷାତକାରରେ ଯୋଗ ଦେଇ ଶାହିଦ୍ କହିଥି‌ଲେ, ଫିଲ୍ମ 'କବୀର ସିଂହ' ପରେ ମୋତେ କେଉଁ ବିଷୟକୁ ନେଇ ଫିଲ୍ମ କରିବା ଦରକାର, ତାହା ମୁଁ ଜାଣି ପାରୁ ନଥିଲି। କିନ୍ତୁ 'ଜର୍ସି'ର କାହାଣୀ ଶୁଣିବା ପରେ ମୁଁ ଏହି ଫିଲ୍ମ କରିବି ବୋଲି ମନସ୍ଥ କରିଥିଲି। ତେବେ ଫିଲ୍ମର ଅନେକ ଭାଗର ସୁଟିଂ ଶେଷ ହୋଇ ସାରିଥିବା ବେଳେ ଏବେ ଶାହିଦଙ୍କୁ ଆଘାତ ଲାଗିବା ପରେ ସୁଟିଂ ବିଳମ୍ବ ହେବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe