ମୁକ୍ତିଲାଭ କଲା ‘ସହିଦ ରଘୁ ସର୍ଦ୍ଦାର’

Advertisment
ମୁକ୍ତିଲାଭ କଲା ‘ସହିଦ ରଘୁ ସର୍ଦ୍ଦାର’

ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭୁବନେଶ୍ବରର ସ୍ବା‌ତୀ ସିନେମା ହଲରେ ଏଇ ଚଳଚ୍ଚିତ୍ରର ପ୍ରମିୟର୍ ହେଇଯାଇଛି। ଏହାବ୍ୟତୀତ କଟକର ବୃନ୍ଦାବନ, ଯାଜପୁର ରୋଡ, କେନ୍ଦ୍ରାପଡ଼ା, ରାୟଗଡ଼ା, ଜୟପୁର, ରାଉରକେଲା, ଭଦ୍ରକ, ବାଲେଶ୍ବର, ଝାରସୁଗୁଡ଼ା, ଅନୁଗୁଳ, କୋରାପୁଟ, ବରଗଡ଼ ଓ ବ୍ରହ୍ମପୁରରେ ମଧ୍ୟ ଏକାବେଳେ ରିଲିଜ୍ ହୋଇଛି ବୋଲି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ବ୍ରିଟିଶ ଶାସକ ଭାରତୀୟମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲେ, ସେତେବେଳେ ରଘୁ ଥିଲେ ଯୁବ ବୟସର। କୋଲକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ଓଡ଼ିଆ ଯୁବକ ରଘୁ ପଟ୍ଟନାୟକ ହିଁ ଇଂରେଜ ବିରୋଧରେ ସ୍ବର ଉଠାଇଥିଲେ। ଧୀରେ ଧୀରେ ସେଠାରେ ରହୁଥିବା ଓଡ଼ିଆ ଏବଂ ସ୍ଥାନୀୟ ବଙ୍ଗ ବାସିନ୍ଦା ମଧ୍ୟ ରଘୁଙ୍କ ସହ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ହେଇଥିଲେ। ରଘୁ ପଟ୍ଟନାୟକ ଏହାପରେ ରଘୁ ସର୍ଦ୍ଦାର ନାମରେ ପରିଗଣିତ ହେଲେ। ତାଙ୍କରି ସଂଗ୍ରାମୀ ଜୀବନୀ ଉପରେ ପର୍ଯ୍ୟବସିତ ନୂଆ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ର କାହାଣୀ।

ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଦେବାଶିଷ ଓ କାବ୍ୟାକିରଣ। ଏ ଦୁହିଁଙ୍କ ବ୍ୟତୀତ ରୁଦ୍ର, ଜିନା, ସନ୍ତୋଷ, ଟ୍ବିଙ୍କଲ୍, ସୁଧାକର ବସନ୍ତ ଓ ନିଜେ ନିର୍ଦ୍ଦେଶକ ରାଜୀବ ମହାନ୍ତିଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଡା. ବିଶ୍ୱନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି। ସଂଳାପ ଲେଖିଛନ୍ତି ରଜନୀରଂଜନ ଏବଂ ସଂଗୀତ ସଜାଇଛନ୍ତି ବିକାଶ ଶୁକ୍ଳା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe