ମୁମ୍ବାଇ: ‘କବୀର ସିଂହ’ର ସଫଳତା ପରେ ଅଭିନେତା ସାହିଦ୍ କପୁର ଆକ୍ସନ୍ ଚଳଚ୍ଚିତ୍ର ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ଆଗକୁ ତାଙ୍କୁ ଧର୍ମା ପ୍ରଡକ୍ସନ୍ ବ୍ୟାନର୍ରେ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ର ‘ଯୋଦ୍ଧା’ରେ ଦେଖିବାକୁ ମିଳିବ। ଶଶାଙ୍କ ଖୈତାନ ଏହାର ନିର୍ଦ୍ଦେଶନା ଦେବେ। ସାହିଦ୍ ବି ଏହି ଚଳଚ୍ଚିତ୍ର କରିବାକୁ ରାଜି ହୋଇଥିବା ଜାଣିବାକୁ ମିଳିଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ଏହାର ସୁଟିଂ ଆରମ୍ଭ ହୋଇପାରେ। ତେବେ ଏହି ଚଳଚ୍ଚିତ୍ରର ଅଭିନେତ୍ରୀ କିଏ ରହିବେ, ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ। ସୂଚନାଥାଉକି, ସାହିଦ୍ ଏବେ ଏକ ସାଉଥ୍ ରିମେକ୍ ‘ଜର୍ସି’ର ସୁଟିଂରେ ବ୍ୟସ୍ତ। କ୍ରିକେଟ୍କୁ ଭଲ ପାଉଥିବା ଜଣେ ବାପା ଓ ତାଙ୍କ ପୁଅ ମଧ୍ୟରେ ସଂପର୍କକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଉଛି।
‘ଯୋଦ୍ଧା’ରେ ଆକ୍ସନ କରିବେ ସାହିଦ
Advertisment
Follow Us