‘ବତ୍ତି ଗୁଲ୍‌ ମିଟର ଚାଲୁ’ପରେ କ’ଣ କରିବେ ଶାହିଦ୍‌ କପୁର ?

‘ବତ୍ତି ଗୁଲ୍‌ ମିଟର ଚାଲୁ’ପରେ କ’ଣ କରିବେ ଶାହିଦ୍‌ କପୁର ?

photo-indian express,com

ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍‌ କପୁର ଏବେ ଶ୍ରୀ ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ‘ବତ୍ତି ଗୁଲ୍‌ ମିଟର ଚାଲୁ’ ସିନେମାରେ କାମ କରୁଛନ୍ତି। ଏଥିରେ ୟାମୀ ଗୌତମ୍‌ ଏବଂ ଶ୍ରଦ୍ଧା କପୁର ଫିମେଲ ଲିଡରେ ଅଛନ୍ତି। ଏହାର ପ୍ରଯୋଜିକା ହେଲେ ପ୍ରେରଣା ଅରୋଡା ବି ସ୍ୱୀକାର କରିଛନ୍ତି। ଏହାପରେ ଶାହିଦ୍‌ କପୁର ଏକ ସାଉଥ ଫିଲ୍ମର ରିମେକରେ କାମ କରିବେ ବୋଲି କୁହାଯାଉଛି। ୨୦୧୭ ରେ ସାଉଥରେ ବକ୍ସ ଅଫିସରେ ଜବରଦସ୍ତ ବିଜିନେସ୍‌ କରିଥିିବା ଏକ ସିନେମା ହେଲା ‘ ଅର୍ଜୁନ ରେଡି’ । ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ‘ଅର୍ଜୁନ ରେଡି’ର ହିନ୍ଦୀ ରିମେକ୍‌ ରାଇଟ୍‌ସ ବିକ୍ରି କରି ସାରିଛନ୍ତି ନିର୍ମାତା ମୁରୁଜ୍‌ ଖେତାନୀ ଓ ଅଶ୍ୱିନୀ ବର୍ଦେ । ଏହି ଫିଲ୍ମର ହିନ୍ଦୀ ରିମେକରେ ଶାହିଦ୍‌ କପୁର କାମ କରିବେ ବୋଲି ଜାଣିବାକୁ ମିଳିଛି ।

publive-image photo-navbharattimes

ଏଥିରେ ବିଜୟ ଦେବରା କୋଣ୍ଡା ଓ ଶାଲିନୀ ପାଣ୍ଡେଙ୍କୁ ଦେଖିବାକୁ ମିଳିଥିଲା ମୁଖ୍ୟ ଭୂମିକାରେ । ଫିଲ୍ମର କାହାଣୀ ଏପରି - ନାୟକ ଜଣେ ଡାକ୍ତରୀ ଛାତ୍ରଙ୍କୁ ଜଣେ ଯୁବତୀ ବିବାହ ପ୍ରସ୍ତାବ ଦିଏ, ମାତ୍ର ଛାତ୍ରଜଣକ ତାକୁ ପ୍ରତ୍ୟାଖ୍ୟାନ କରନ୍ତି । ଏହାପରେ ଉକ୍ତ ଡାକ୍ତରୀ ଛାତ୍ର ଜଣକ ପାଗଳ ହୋଇ ଯାଆନ୍ତି, ତେବେ ତା’ପରେ କ’ଣ ହୁଏ ତାହା ହିଁ ଫିଲ୍ମର ମୁଖ୍ୟ ପ୍ରସଙ୍ଗ । ଏହି ସିନେମାରେ ଶାହିଦଙ୍କ ବିପକ୍ଷରେ କାହାକୁ ନିଆଯିବ ତାହା ଠିକ୍‌ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe