ଆଶୁତୋଷ ଗୋଓ୍ଵାରିକରଙ୍କ ସହ ଦ୍ବିତୀୟ ଥର କାମ କରି ନାହାନ୍ତି ଶାହରୁଖ୍

Advertisment
ଆଶୁତୋଷ ଗୋଓ୍ଵାରିକରଙ୍କ ସହ ଦ୍ବିତୀୟ ଥର କାମ କରି ନାହାନ୍ତି ଶାହରୁଖ୍

photo-.indianexpress.com

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ନିଜର କ୍ୟାରିଅର୍‌କୁ ନେଇ ଚିନ୍ତିତ। କାରଣ ଆଗ ଭଳି ଆଉ ତାଙ୍କ ସିନେମା ହିଟ୍‌ ହେଉନାହିଁ। ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ଲଗାତାର ଫ୍ଲପ୍‌ ହେବାରେ ଲାଗିଛି। ହିଟ୍‌ ମେକରମାନେ ବି ରକ୍ଷା କରିପାରି ନାହାନ୍ତି ଶାହରୁଖ ଖାନଙ୍କୁ । ହଁ , ଏହି ତାଲିକାରେ ମଣିରତ୍ନମ୍‌ ,ଆଶୁତୋଷ ଗୋଓ୍ଵାରିକର୍‌ ଏବଂ ଅଜିଜ୍‌ ମୀର୍ଜାଙ୍କ ଭଳି ନିର୍ଦ୍ଦେଶକ ବି ଅଛନ୍ତି। ସୁପରଷ୍ଟାର ଶାହରୁଖ ଖାନ ଯେତେବେଳେ ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରତ୍ନମ୍‌ଙ୍କ ‘ଦିଲ୍‌ସେ’ ସାଇନ୍‌ କରିଲେ,ସେତେବେଳେ ଚର୍ଚ୍ଚା ହେଲା କି ଏହା ଏକ ବ୍ଲକବଷ୍ଟର ମୁଭି ହେବ। ମାତ୍ର ଏହି ଫିଲ୍ମ ମାତ୍ର ୧୦ କୋଟି ୨୫ ଲକ୍ଷ ଟଙ୍କାର ଆୟ କରି ଫ୍ଲପ୍‌ ତାଲିକାଭୁକ୍ତ ହୋଇଥିଲା। ଏହାପରେ ନିର୍ଦ୍ଦେଶକ ମଣିରତ୍ନମ୍‌ ଆଉ କିଙ୍ଗ ଖାନଙ୍କ ସହ କାମ କରି ନାହାନ୍ତି ।

publive-image photo-huffington post india

‘ଲଗାନ୍‌’ପରି ବ୍ଲକ୍‌ବଷ୍ଟର ଫିଲ୍ମ ନିର୍ମାଣ କରିବା ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ଵାରିକର୍‌ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ‘ସ୍ୱଦେଶ’ ଟାଇଟଲରେ ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ସିନେମା ତିଆରି କରିଥିଲେ। ଏଥିରେ ଗ୍ରାମୀଣ ଭାରତର କାହାଣୀ ଥିଲା। ‘ସ୍ୱଦେଶ’ ମାତ୍ର ୧୫ କୋଟି ୨୫ ଲକ୍ଷ ଟଙ୍କାର ଆୟ କରିଥିଲା , ଯାହା ବଜେଟ୍‌ ତୁଳନାରେ ଢ଼େର୍‌ କମ୍‌। ଏହାପରେ ଆଉ ଏଦୁହେଁ ଏକାଠି ହୋଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe