ଶାହାରୁଖ ଦାନ କଲେ ୨୫ ହଜାର ପିପିଇ

Advertisment
ଶାହାରୁଖ ଦାନ କଲେ ୨୫ ହଜାର ପିପିଇ

News - Fresherslive

କରୋନା ମୁକାବିଲା ପାଇଁ ମାନବିକତାର ପରିଚୟ ଦେଖାଇଛନ୍ତି ବଲିଉଡ୍‌ର କିଛି ଲୋକପ୍ରିୟ କଳାକାର। ଅଭିନେତା ଶାହରୁଖ ଖାନ୍‌ ଏହି ପରିପ୍ରେକ୍ଷୀରେ ୨୫ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଯୋଗାଇ ଦେଇଛନ୍ତି। ମହାରାଷ୍ଟ୍ରର ବିଭିନ୍ନ ମେଡିକାଲ ଟିମ୍‌କୁ ଏହା ପ୍ରଦାନ କରାଯାଇଛି। ଏନେଇ ମହାରାଷ୍ଟ୍ର ସରକାର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାରାଷ୍ଟ୍ରର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରାଜେଶ ଟୋପେ ଏହା ନିଜର ଟ୍ବିଟର୍‌ ଯୋଗେ ଅବଗତ କରାଇଥିବା ବ‌େଳେ ଶାହରୁଖ ତାଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି, ଏହି ବିପତ୍ତି ସମୟରେ ଆମେ ସମସ୍ତେ ନିଜକୁ ସୁରକ୍ଷିତ ରଖିବା ଓ ମାନବିକତା ଦେଖାଇବାର ସମୟ। ଏଥିସହ ସେ ରାଜେଶଙ୍କ ପରିବାର ଓ ଟିମ୍‌ ସଦସ୍ୟଙ୍କୁ ସୁରକ୍ଷିତ ଓ ସୁସ୍ଥ ରହିବାକୁ କାମନା କରିଥିଲେ। ରାଜେଶ ଏହାର ଜବାବରେ ଶାହରୁଖଙ୍କୁ ତାଙ୍କର ବଦାନ୍ୟତା ପାଇଁ ଧନ୍ୟବାଦ ଜଣା‌ଇଥିଲେ। ଆଗଧାଡ଼ିର ଯୋଦ୍ଧା ଭାବେ ପରିଗଣିତ ମେଡିକାଲ ସଦସ୍ୟଙ୍କ ଯତ୍ନ ପାଇଁ ଏହାର ଆବଶ୍ୟକତା ରହିଥିବା ବେଳେ ଏହି ଯୁଦ୍ଧ ଲମ୍ବା ସମୟ ଧରି ଲଢ଼ିବାକୁ ପଡ଼ିବ ବୋଲି କହିଥିଲେ। ନିକଟରେ ନିଜର ୪ମହଲା ଶିଷ୍ଟ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ସେ ଛୋଟ ପିଲା, ବୃଦ୍ଧ/ବୃଦ୍ଧା ଓ ମହିଳାଙ୍କ ସଙ୍ଗରୋଧ କେନ୍ଦ୍ର ପାଇଁ ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ବିଏମସି)କୁ ପ୍ରଦାନ କରିଥିଲେ। ଏଥିସହ କୋଲକାତା ନାଇଟ୍‌ ରାଇଡର୍ସର ମାଲିକ ଭାବେ ସେ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe