ଆଗାମୀ ଫିଲ୍ମର ସୁଟିଂ ବେଳେ ଆହତ ହେ‌ଲେ ଶାହରୁଖ, ଚିକିତ୍ସା ପାଇଁ ପଠାଗଲା ଆମେରିକା

Advertisment
New Project (12)

ମୁମ୍ବାଇ: ଆହତ ହେଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ। ନିଜ ଫିଲ୍ମରେ କଠିନ ପରିଶ୍ରମ ପାଇଁ ଜଣାଶୁଣା ଶାହରୁଖ ଏକ ଷ୍ଟଣ୍ଟ ବେଳେ ଆହତ ହୋଇଛନ୍ତି। ପ୍ରତ୍ୟେକ ଦୃଶ୍ୟରେ ନିଜର ୧୦୦ ପ୍ରତିଶତ ଦେବାକୁ ସର୍ବୋତ୍ତମ ଚେଷ୍ଟା କରୁଥିବା ଶାହରୁଖ ଏବେ ଆହତ ହୋଇ ଚିକିତ୍ସ‌ା ପାଇଁ ଆମେରିକା ଯାଇଥିବା ଜଣାଯାଇଛି। ତାଙ୍କ ଆଗାମୀ ଆକ୍ସନ ଫିଲ୍ମ 'କିଙ୍ଗ୍‌'ର ସୁଟିଂ ସମୟରେ ଆହତ ହୋଇଥିଲେ ଶାହରୁଖ। ୫୯ ବର୍ଷୀୟ ଅଭିନେତା ମୁମ୍ବାଇର ଗୋଲଡେନ୍ ଟୋବାକୋ ଷ୍ଟୁଡିଓରେ କିଛି ଗୁରୁତ୍ବପୂର୍ଣ୍ଣ ଆକ୍ସନ ସିକ୍ୱେନ୍ସର ସୁଟିଂ କରୁଥିବା ବେଳେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା।

କୁହାଯାଉଛି ଯେ, ଆଘାତର ସଠିକ୍ ବିବରଣୀ ଗୁପ୍ତ ରଖାଯାଇଛି, କିନ୍ତୁ ଶାହରୁଖ ତାଙ୍କ ଦଳ ସହିତ ତୁରନ୍ତ ଚିକିତ୍ସା କରାଇବା ପାଇଁ ଆମେରିକା ଯାଇଛନ୍ତି। ତେବେ ଆଘାତ ଗମ୍ଭୀର ନୁହେଁ। ତାଙ୍କ ମାଂସପେଶୀରେ ଆଘାତ ଲାଗିଛି। ଆମେରିକାରେ ତାଙ୍କର ସର୍ଜରୀ ହେବା ପରେ ସେ ମାସେ ବିଶ୍ରାମ ନେବେ। ଏହା ପରେ ଯାଇ ପୁଣି ଥରେ ସୁଟିଂ ଆରମ୍ଭ ହୋଇପାରିବ।

ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ଶାହରୁଖ ଖାନ ତାଙ୍କ ଫିଲ୍ମର ସୁଟିଂ ସମୟରେ ଅନେକ ଥର ଆହତ ହୋଇଛନ୍ତି। ଫିଲ୍ମ 'ଡର'ର ସୁଟିଂ ସମୟରେ ଅଭିନେତାଙ୍କ ତିନୋଟି ପଞ୍ଜରା ଏବଂ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ୧୯୯୩ ମସିହାରେ ମଧ୍ୟ ଏକ ଫିଲ୍ମର ସୁଟିଂ ସମୟରେ ଅଭିନେତାଙ୍କ ପାଦ ଆଙ୍ଗୁଠିରେ ଆଘାତ ଲାଗିଥିଲା। 'କୋୟଲା' ସେଟରେ ମଧ୍ୟ ଶାହରୁଖ ଖାନ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe