କଟ୍ରିନାଙ୍କୁ କାହିଁକି ମିଡିଆ ପରିଚାଳିକା ବୋଲି କହିଲେ ଶାହାରୁଖ ଜାଣନ୍ତୁ

Advertisment
କଟ୍ରିନାଙ୍କୁ କାହିଁକି ମିଡିଆ ପରିଚାଳିକା ବୋଲି କହିଲେ ଶାହାରୁଖ ଜାଣନ୍ତୁ

ମୁମ୍ବାଇ: ବିଲଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ସିନେମା ‘ଜିରୋ’ ଚର୍ଚ୍ଚାର ପରିସରରେ ରହିଛି। ଏହି ସିନେମାରେ ଶାହାରୁଖଙ୍କ ସହିତ ଅନୁଷ୍କା ଶର୍ମା ବି ନଜର ଆସିବେ। ତେବେ ‘ଜିରୋ’ ସିନେମା ସୁଟିଂ ସେଟ୍‌ରୁ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଶାହାରୁଖ ଶୋଇଛନ୍ତି ଓ କଟ୍ରିନା, ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହିତ ବସିଥିବାର ଦେଖିବାକୁ ମିଳୁଛି।

publive-image

ଶାହାରୁଖ ନିଜର ଟୁଇଟର ଆକାଉଣ୍ଟରେ ଏହି ଫଟୋ ସେୟାର କରି କଟ୍ରିନାକୁ ତାଙ୍କ ମିଡିଆ ପରିଚାଳିକା ବୋଲି ଘୋଷଣା କରିଛନ୍ତି। ଏହି ଫଟୋ ଏବେ ଶାହାରୁଖ ଓ କଟ୍ରିନାଙ୍କ ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି।
ଶାହାରୁଖ ଏବେ ସିନେମା ‘ଜିରୋ’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ସିନେମାଟି ଚଳିତବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାର ଯୋଜନା ରଖାଯାଇଛି।

ନିକଟରେ କଟ୍ରିନା ଏହି ଜିରୋ ସିନେମାକୁ ନେଇ କହିଥିଲେ, ଶାହାରୁଖ ମୋତେ ବହୁତ ପସନ୍ଦ। କାମ କରିବା ସମୟରେ ତାଙ୍କ ଏନାର୍ଜି ବହୁ ବିଚକ୍ଷଣ ଥାଏ। ତାଙ୍କ ସହିତ କାମ କରିବାର ଅନୁଭବ ଖୁବ୍‌ ସୁନ୍ଦର ହୋଇଥାଏ। ଏଥିସହିତ ସିନେମା ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କର ପ୍ରଶଂସା କରି କହିଛନ୍ତି କଟ୍ରିନା କହିଛନ୍ତି ଆନନ୍ଦ ସାର୍‌ ବହୁ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe