Dainik Bhaskar
ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ୍ ଖାନ୍ ଏବେ ଟୁଇଟରରେ ଅଧିକ ସକ୍ରିୟ ରହୁଥିବା ଦେଖାଯାଉଛି। ଫିଲ୍ମଠାରୁ ନିଜକୁ ଦୂରେଇ ରଖିଥିବା ଅଭିନେତା ଏବେ ଟୁଇଟରରେ '#ଆସ୍କଏସଆରକେ' ଲେଖି ଟୁଇଟ୍ କରିବା ପରେ ବ୍ୟବହାରକାରୀମାନେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଥିବା ଦେଖାଯାଇଛି। '#ଆସ୍କଏସଆରକେ' ଲେଖି ବ୍ୟବହାରକାରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ କହିବା ପରେ ଯେଉଁ ସବୁ ପ୍ରଶ୍ନ ତାଙ୍କ ସାମ୍ନାକୁ ଆସିଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସବୁଠାରୁ ଚର୍ଚ୍ଚାରେ ରହିଛି ଫ୍ଲପ୍ ଫିଲ୍ମକୁ ନେଇ ପଚରାଯାଇଥିବା ପ୍ରଶ୍ନ। ବାବା ବବଣ୍ଡର ନାଥ ନାମକ ଜଣେ ବ୍ୟବହାରକାରୀ ଟୁଇଟ୍ କରି ପଚାରିଥିଲେ କି, ଆପଣଙ୍କ ସବୁ ଫିଲ୍ମ ଫ୍ଲପ୍ ହେଉଛି, କେମିତି ଲାଗୁଛି? ଉତ୍ତର ନିଶ୍ଚୟ ଦେବେ। ବାବାଙ୍କ ଟୁଇଟ୍ ପରେ ଚୁପ୍ ନ ରହି ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଥିଲେ ଶାହାରୁଖ୍। 'ବସ୍ ଆପ୍ ଦୁଆ ମେଁ ୟାଦ୍ ରଖନା' ଲେଖି ବାବାଙ୍କ ଟୁଇଟର ପ୍ରତିକ୍ରିୟା ରଖିଥିଲେ ଶାହାରୁଖ୍।
ତେବେ କେବଳ ଏହି ପ୍ରଶ୍ନ ନୁହେଁ ଶାହାରୁଖଙ୍କ ଘରକୁ ନେଇ ଏବଂ ଆଗାମୀ ଫିଲ୍ମ ଘୋଷଣାକୁ ନେଇ ମଧ୍ୟ ଶାହାରୁଖଙ୍କୁ ପ୍ରଶ୍ନ ପଚରାଯାଇଥିବାର ଦେଖାଯାଇଥିଲା।
Follow Us