ସମସ୍ତଙ୍କ ସାମ୍ନାରେ ଅନନ୍ତ ଅମ୍ବାନୀଙ୍କୁ ତାଙ୍କ ପ୍ରେମିକା ବିଷୟରେ ପଚାରିଲେ ଶାହାରୁଖ୍‌,ପ୍ରଶ୍ନ ଶୁଣି ଏଭଳି ପ୍ରତିକ୍ରିୟା ରଖିଲେ ଅନନ୍ତ

ସମସ୍ତଙ୍କ ସାମ୍ନାରେ ଅନନ୍ତ ଅମ୍ବାନୀଙ୍କୁ ତାଙ୍କ ପ୍ରେମିକା ବିଷୟରେ ପଚାରିଲେ ଶାହାରୁଖ୍‌,ପ୍ରଶ୍ନ ଶୁଣି ଏଭଳି ପ୍ରତିକ୍ରିୟା ରଖିଲେ ଅନନ୍ତ

India Today

ମୁମ୍ବାଇ : ଦେଶର ସବୁଠାରୁ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କର ନିର୍ବନ୍ଧ ଗତ ଜୁନ୍‌ ୩୦ରେ ହୋଇଛି । ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହତାଙ୍କ ସାନ ଝିଅ ଶ୍ଲୋକାଙ୍କ ସହ ଆକାଶଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା । ଅମ୍ବାନୀ ପରିବାରର ଏହି ଖୁସିରେ ବହୁ ବଡ଼ ବଡ଼ ବଲିଉଡ୍‌ କଳାକାର,ଖେଳ,ରାଜନୀତି ଏବଂ ବ୍ୟବସାୟ ଦୁନିଆର ବହୁ ପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ଉତ୍ସବର ଅନେକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା କିଛି ଭିଡ଼ିଓ ଭିତରୁ ଗୋଟେ ଭିଡ଼ିଓ ଏମିତି ଥିଲା, ଯେଉଁଥିରେ ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଆକାଶଙ୍କ ସାନ ଭାଇ ଅନନ୍ତ ଅମ୍ବାନୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଛି ।

publive-image oneindia.com

ଭିଡ଼ିଓରେ ଶାହାରୁଖ୍‌ ଷ୍ଟେଜ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କ ସହ ଥିଲେ ଅନନ୍ତଙ୍କ କଥିତ ପ୍ରେମିକା ରାଧିକା ମର୍ଚ୍ଚାଣ୍ଟ । ଏହି ସମୟରେ ରାଧିକାଙ୍କୁ କେତେ ମିଳିବା ଦରକାର ବୋଲି ପଚାରିବା ପରେ ଅନନ୍ତ ତୁରନ୍ତ ୧୦ ବିଲିୟନ ବୋଲି କହିଥିଲେ । ଏହା ଶୁଣି ଶାହାରୁଖ୍‌ କହିଥିଲେ ତୁମେ ତ ଟଙ୍କା ଉଡ଼ାଉଛ । ତୁମର କେହି ପ୍ରେମିକା ନାହାନ୍ତି କି? ଏହି ପ୍ରଶ୍ନ ଶୁଣି ଅନନ୍ତ ଚୁପ୍‌ ହୋଇଯିବା ସହ ଉପସ୍ଥିତ ଥିବା ସବୁ ଲୋକ ହସିବାକୁ ଲାଗିଥିଲେ । ସୂଚନା ମୁତାବକ, କିଛି ଦିନ ତଳେ ରାଧିକା ଏବଂ ଅନନ୍ତଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଚର୍ଚ୍ଚା ହୋଇଥିବା ବେଳେ ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି କଥା ଉଠିଥିଲା । କିନ୍ତୁ ପରେ ଏହା ମିଥ୍ୟା ପ୍ରଚାର କହି ରାଧିକା ମୋର ବହୁତ ଭଲ ସାଙ୍ଗ ବୋଲି କହିଥିଲେ ଅନନ୍ତ । ସେହି କଥାକୁ ନେଇ ଶାହାରୁଖ୍‌ ଏଭଳି ପ୍ରଶ୍ନ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe