ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘରରେ ଅମିତାଭ ଓ ଜୟାଙ୍କ ପାଦ ଛୁଇଁଲେ ଶାହାରୁଖ୍‌

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘରରେ ଅମିତାଭ ଓ ଜୟାଙ୍କ ପାଦ ଛୁଇଁଲେ ଶାହାରୁଖ୍‌

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଏବେ ପତି-ପତ୍ନୀ ବନି ସାରିଛନ୍ତି। ସେମାନଙ୍କ ବିବାହରେ ବହୁ ମାଣଗଣ୍ୟ ବ୍ୟକ୍ତି ପହଞ୍ଚିଥିଲେ। ବଲିଉଡ୍‌ର ଅନେକ ତାରକା‌ଙ୍କୁ ସେଠାରେ ଦେଖିବାକୁ ମିଳିଥିଲା।

ଅମ୍ବାନୀଙ୍କ ପାରିବାରିକ ଉତ୍ସବରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ବଚ୍ଚନ ପରିବାରକୁ ବିଶେଷ ଭାବେ‌ ଭେଟିଛନ୍ତି। ଦୁଇ ପରିବାର ଭେଟିବା ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ‌ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଶାହାରୁଖ୍‌ ଉତ୍ସବ ମଧ୍ୟରେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ଏହାଛଡ଼ା ସେ ସେଠାରେ ଥିବା ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଓ କ୍ରକେଟ୍‌ ତାରକା ସଚିନ ତେନ୍ଦୁଲକରଙ୍କୁ ବି ହାତ ଯୋଡ଼ି ନମସ୍କାର କରୁଥିବାର ଦେଖିବାକୁ ମିଳିଛି। ଶାହାରୁଖ୍‌ଙ୍କ ସଂସ୍କାର ଏବେ ଚର୍ଚ୍ଚା ପାଲଟିଛି।

ସମ୍ପନ୍ନ ହେଲା ଦେଶର ବହୁଚର୍ଚ୍ଚିତ ଅମ୍ବାନୀ ପରିବାରର ବିବାହ କାର୍ୟ୍ୟକ୍ରମ। ଶୁଭ ମୁହୂର୍ତ୍ତରେ ଅନନ୍ତ ଅମ୍ବାନୀଙ୍କ ହାତ ଧରିଲେ ବାନ୍ଧବୀ ରାଧିକା।ଏହି ସମାରୋହରେ ଦେଶ ବିଦେଶ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡା, ସଙ୍ଗୀତ ଓ ବ୍ୟବସାୟ କ୍ଷେତ୍ରର ଅନେକ ବଡ଼ ଚେହେରା ଏହି କାର୍ୟ୍ୟକ୍ରମରେ ନଜର ଆସିଥିଲେ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବଲିଉଡ଼ ତାରକା ଅମିତା ବଚ୍ଚନ, ସଲମନ ଖାନ, ଶାହରୁଖ ଖାନ, ହ୍ରିତିକ ରୋଶନଙ୍କ ସମେତ ବଲିଉଡ଼ ଓ କ୍ରିକେଟ ଜଗତର ବିଭିନ୍ନ ବଡ଼ ଚେହେରା ଏହି ବିବାହ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe