କମ୍ପାନିର ସିଇଓଙ୍କ ଦରମାଠାରୁ ଅଧିକ ଶାହରୁଖଙ୍କ ଘରର ମାସିକ ବିଜୁଳି ବିଲ୍

କମ୍ପାନିର ସିଇଓଙ୍କ ଦରମାଠାରୁ ଅଧିକ ଶାହରୁଖଙ୍କ ଘରର ମାସିକ ବିଜୁଳି ବିଲ୍ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଶାହରୁଖ ମାସକୁ ପ୍ରାୟ ୪୩-୪୫ଲକ୍ଷ ଟଙ୍କାର ବିଜୁଳି ବିଲ୍ ଦିଅନ୍ତି । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

shahrukhhh

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ତାଙ୍କ ଚଳଚ୍ଚିତ୍ର ସହିତ କିଙ୍ଗ ଖାନ ବ୍ୟବସାୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ଲାଭବାନ ହୋଇଛନ୍ତି  । ଫିଲ୍ମ ସହ ବ୍ୟବସାୟରୁ ଅର୍ଥ ଅର୍ଜନ କରି ଇତିହାସ ସୃଷ୍ଟି କରିଥିବା କିଙ୍ଗ ଖାନଙ୍କ ନାମ ଅମ୍ବାନୀ-ଅଦାନୀଙ୍କ ପରି ଧନୀକ ବ୍ୟକ୍ତି ଥିବା ତାଲିକାରେ ସାମିଲ ହୋଇଛି । ଶାହାରୁଖ ଖାନ ଏବେ 'ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪'ରେ ଡେବ୍ୟୁ କରିଛନ୍ତି |

ତେବେ କୋଟି କୋଟି ଟଙ୍କା ଆୟ କରୁଥିବା ଶାହରୁଖ ନିଜ ଘର ମନ୍ନତ ପାଇଁ କେତେ ଟଙ୍କାର ବିଜୁଳି ବିଲ୍ ଦେଉଛନ୍ତି, ତାହା ଆପଣ ଜାଣନ୍ତି କି? କୁହାଯାଉଛି ଯେ, କିଛି କମ୍ପାନିର ସିଇଓଙ୍କ ଦରମାଠାରୁ ଅଧିକ ବିଜୁଳି ବିଲ୍ ଦିଅନ୍ତି ଶାହରୁଖ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଶାହରୁଖ ମାସକୁ ପ୍ରାୟ ୪୩-୪୫ଲକ୍ଷ ଟଙ୍କାର ବିଜୁଳି ବିଲ୍ ଦିଅନ୍ତି । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

ତେବେ ଶାହରୁଖ  ଏବେ ୭୩୦୦ କୋଟି ଟଙ୍କାର ମାଲିକ ହୋଇଛନ୍ତି । ସମ୍ପତ୍ତି ବଢ଼ିବା ସହ ସେ ଏବେ ବଲିଉଡର ସବୁଠୁ ଧନୀକ ଅଭିନେତା ବନିପାରିଛନ୍ତି । ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ କୋଲାକାତା ନାଇଟ୍ ରାଇଡର୍ସ ପାଇଁ ଏହା ସମ୍ଭବ ହୋଇପାରିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe