ଆର୍ଥର ରୋଡ ଜେଲରେ ପ୍ରଶଂସକଙ୍କୁ ହାତ ଯୋଡ଼ିଲେ ଶାହରୁଖ, ଭାଇରାଲ ହେଉଛି ଭିଡିଓ

ଆର୍ଥର ରୋଡ ଜେଲରେ ପ୍ରଶଂସକଙ୍କୁ ହାତ ଯୋଡ଼ିଲେ ଶାହରୁଖ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ:  ଆଜି ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲକୁ ଯାଇଥିଲେ । ଏହି ସମୟର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ଶାହରୁଖଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁ ଭିଡିଓରେ ସେ ପୁଅ ଆରୟନଙ୍କୁ ଭେଟିବା ପରେ ଜେଲରୁ ବାହାରକୁ ଆସିବା ବେଳେ ଜଣେ ପ୍ରଶଂସକ ଶାହରୁଖଙ୍କ ଆଗରେ ହାତ ଯୋଡିଥିଲେ । ଏହାପରେ ଶାହାରୁଖ ବି ପ୍ରଶଂସକଙ୍କ ଆଗରେ ହାତଯୋଡି ଥିବାର ଦେଖିବାକୁ ମିଳିଥିଲା ।

ପ୍ରଶଂସକମାନେ ଶାହରୁଖଙ୍କର ଏଭଳି ସ୍ୱଭାବ ଦେଖି ତାଙ୍କୁ ବେଶ୍ ସମ୍ମାନ ଜଣାଇଥିଲେ । ସେମାନଙ୍କ କହିବା କଥା ଏତେ ଅସୁବିଧା ଭିତରେ ବି ଶାହରୁଖ ତାଙ୍କ ପ୍ରଶଂସକଙ୍କୁ ସମ୍ମାନ ଦେବାରେ ଅବହେଳା କରି ନାହାନ୍ତି । ଏ ନେଇ ଜଣେ ପ୍ରଶଂସକ ଲେଖିଛନ୍ତି କି, “ଆପଣ ସମସ୍ତଙ୍କୁ ଏହି ବାବଦରେ କହିବାକୁ ମାତ୍ର କେଇଟା ସେକେଣ୍ଡ ଲାଗିବ କି ଶାହରୁଖ ଖାନ୍ କ’ଣ ଅଟନ୍ତି।”

ଅନ୍ୟଜଣେ ପ୍ରଶଂସକ ଲେଖିଛନ୍ତି କି, “ଆମମାନଙ୍କ ଭିତରେ କେତେ ଅହଂକାର ଭରି ରହିଛି, ଜଣେ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇବାକୁ ପୂରା ବ୍ୟବସ୍ଥା ଲାଗିପଡିଛି, ସମସ୍ତଙ୍କୁ ଶାହରୁଖଙ୍କ ଭଳି ହେବା ଆବଶ୍ୟକ।” ଅନ୍ୟଜଣେ ପ୍ରଶଂସକ ଲେଖିଛନ୍ତି କି ଲୋକମାନେ ଅସୁବିଧା ବେଳେ ଅନ୍ୟକୁ ଅଣଦେଖା କରିଥାନ୍ତି, ହେଲେ  ଜଣେ ଭଦ୍ର ଓ ଭଲ ସ୍ୱଭାବର ମଣିଷ ଭାବେ ଶାହରୁଖ ଏଭଳି ସ୍ଥିତିରେ ବି ସେ ତାଙ୍କ ପ୍ରଶଂସକଙ୍କୁ ସମ୍ମାନ ଦେବାକୁ ଭୁଲି ନାହାନ୍ତି ।

କହିରଖୁ କି, ଶାହରୁଖଙ୍କ ପୁଅ ଆରୟନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଅକ୍ଟୋବର ୩ ତାରିଖରୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି । ଦୀର୍ଘ ୧୭ ଦିନ ପରେ ଆଜି ପ୍ରଥମ ଥର ଶାହାରୁଖ ତାଙ୍କ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲ ଆସିଥିଲେ । ଏହି ସମୟରେ ତାଙ୍କ ପ୍ରଶଂସକମାନେ ବି ସେଠାରେ ଭିଡ ଜମାଇଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe