‘ଜିରୋ’ପରେ ଶାହରୁଖ୍‌ ଖାନ୍‌  କ’ଣ କରିବେ?

Advertisment
‘ଜିରୋ’ପରେ ଶାହରୁଖ୍‌ ଖାନ୍‌  କ’ଣ କରିବେ?

photo-.indianexpress.com

ମୁମ୍ବାଇ:ବଲିଉଡ  ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌  ଏବେ ‘ଜିରୋ’ ଫିଲ୍ମର କାମରେ ବ୍ୟସ୍ତ ଅଛନ୍ତି। ଏଥିରେ କାଟ୍ରିନା ଏବଂ ଅନୁଷ୍କା ଅଛନ୍ତି ଫିମେଲ୍‌ ଲିଡରେ। ଏହାର ସୁଟିଂ ଏଇ ଅପ୍ରେଲ ମାସରେ ସରିବ। ତାପରେ ଶାହରୁଖ୍‌ ଖାନ୍‌  କେଉଁ ସିନେମାରେ କାମ କରିବେ ବୋଲି ତାଙ୍କର ଫ୍ୟାନମାନେ ଜାଣିବାକୁ ଉତ୍କଣ୍ଠିତ ଅଛନ୍ତି। ଏବେ ଜାଣନ୍ତୁ ସେ ସଂପର୍କରେ ଏକ ରୋଚକ ଖବର। ହଁ , ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌  ଜିରୋ ପରେ ମହାକାଶଚାରୀ ରାକେଶ ଶର୍ମାଙ୍କ ବୟୋପିକ୍‌ରେ କାମ କରିବେ ବୋଲି ସୂଚନା ମିଳିଛି।

publive-image photo-navbharattimes

ଆହୁରି ମଧ୍ୟ ଜଣାଯାଇଛି ଯେ ଏହି ସିନେମାର ସୁଟିଂ ସେପ୍ଟେମ୍ବର ମାସରେ ଆରମ୍ଭ ହେବ। ଏଥିରେ ରାକେଶ ଶର୍ମାଙ୍କ ଭୂମିକା ନିଭାଇବେ ଶାହରୁଖ୍‌ ଖାନ୍‌  ।ଏହି ଫିଲ୍ମର ପ୍ରସ୍ତୁତିଲାଗି ଶାହରୁଖ୍‌ ତିନି ମାସ ସମୟ ନେବେ ବୋଲି ଜଣାଯାଇଛି। ତେବେ ଏଥିରେ କିଏ ତାଙ୍କର ନାୟିକା ଭୂମିକା ନିଭାଇବେ ତାହା ଏଯାଏଁ ଜଣା ପଡ଼ି ନାହିଁ। ଏହି ରୋଲପାଇଁ ସେ ଏବେଠାରୁ ମାନସିକ ପ୍ରସ୍ତୁତି ଆରମ୍ଭ କରିଥିବା ବି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe