ଭଡ଼ାଟିଆ ରୂପରେ ଫେରୁଛନ୍ତି ଶମିତା

Advertisment
ଭଡ଼ାଟିଆ ରୂପରେ ଫେରୁଛନ୍ତି ଶମିତା

Times of India

ଅଭିନେତ୍ରୀ ଶମିତା ସେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ଟେନାଣ୍ଟ’ ଆସନ୍ତା ବର୍ଷ ଫେବ୍ରୁଆରି ୩୦ରେ ମୁକ୍ତିଲାଭ କରିବ ବୋଲି ନିକଟରେ ଘୋଷଣା କରାଯାଇଛି। ସୁଶ୍ରୁତ ଜୈନଙ୍କ ରଚିତ ଓ ନିର୍ଦେଶିତ ଉକ୍ତ ଚଳଚ୍ଚିତ୍ରରେ ଏକକୀ ରହୁଥିବା ଜଣେ ଆଧୁନିକ ସ୍ବାଧୀନଚେତା ମହିଳାଙ୍କ କାହାଣୀ ଦେଖିବାକୁ ମିଳିବ। ଏହି ଭୂମିକା ଜରିଆରେ ଶମିତା ୧୫ ବର୍ଷ ପରେ ବଡ଼ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ତେଣୁ ସ୍ବାଭାବିକ ଭାବେ ଏହି ଚଳଚ୍ଚିତ୍ରଟି ତାଙ୍କ ଲାଗି ଖୁବ୍ ସ୍ବତନ୍ତ୍ର। ସେ ଏଥିପାଇଁ ବି ଉତ୍ସାହିତ ଯେ ତାଙ୍କର ଏହି ଚଳଚ୍ଚିତ୍ରଟି ସମାଜରେ ପ୍ରଚଳିତ ଏକ ଚିନ୍ତାଜନକ ଦିଗକୁ ଉତ୍‌ଥାପନ କରିଛି। ଗତ ଶନିବାର ସେ ନିଜ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ଏହାର ଟିଜର୍‌ ଉନ୍ମୋଚନ କରିଛନ୍ତି।

ଚଳଚ୍ଚିତ୍ରର କେତେକ ଦୃଶ୍ୟ ସହିତ ସେ ଲେଖିଛନ୍ତି, “ଶେଷରେ ଏହା ମୁକ୍ତିଲାଭ କରିବାକୁ ଯାଉଛି। ମୁଁ ହେଉଛି ‘ଟେନାଣ୍ଟ’ ବା ଭଡ଼ାଟିଆ! ଆମ ମଧ୍ୟରୁ ଅନେକ ଲୋକ ଜୀବନର କୌଣସି ନା କୌଣସି ସମୟରେ ଭଡ଼ାଟିଆ ହେବାର ଅଭିଜ୍ଞତା ହାସଲ କରିଛନ୍ତି। ଜଣେ ଭଡ଼ାଟିଆ ଯୁବତୀକୁ ସମାଜ କିଭଳି ନଜରରେ ଦେଖେ ଓ ଟାହିଟାପରା କରେ, ସେ ସମ୍ପର୍କରେ ମୁଁ ଜାଣେ। ସବୁ ଭୁଲ୍‌ର ଦୋଷ ମହିଳାଙ୍କୁ ଦିଆଯାଇଥାଏ ଏବଂ ସେମାନଙ୍କ ଉପରେ ହେଉଥିବା ଆକ୍ଷେପର ତାଲିକା ଖୁବ୍ ଲମ୍ବା।” ଟିଜର୍‌ରେ ଚଳଚ୍ଚିତ୍ରର ଯେଉଁ ଝଲକ ଦେଖିବାକୁ ମିଳିଛି ସେଥିରୁ ଅନୁମାନ କରିହେଉଛି ଯେ ଏଥିରେ ଏକ ପାରିବାରିକ ସୋସାଇଟିରେ ଏକାକୀ ରହୁଥିବା ଜଣେ ଆଧୁନିକ ଯୁବତୀର ଜୀବନ କାହାଣୀ ପ୍ରତିଫଳିତ ହୋଇଛି। ‘ଦି ଟେନାଣ୍ଟ’ ଏହା ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ଅର୍ଜନ କରିଛି। ୨୦୦୦ ମସିହାର ‘ମହୋବତେଁ’ ଜରିଆରେ ବଲିଉଡ୍‌ରେ ପାଦ ରଖିଥିବା ଶମିତ ଶେଷ ଥର ୨୦୦୭ରେ ମୁକ୍ତିଲାଭ କରିଥିବା ‘କ୍ୟାସ୍‌’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ‘ବିଗ୍ ବସ୍ ୧୫’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe