ମାଟି କାମୁଡ଼ିଲା ୧୫୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଫିଲ୍ମ ଶମଶେରା, ୫୦କୋଟି ଆୟ କରିବା ହେଲାଣି ଅସମ୍ଭବ

ମାଟି କାମୁଡ଼ିଲା ୧୫୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଫିଲ୍ମ ଶମଶେରା, ୫୦କୋଟି ଆୟ କରିବା ହେଲାଣି ଅସମ୍ଭବ

www.india.com

ମୁମ୍ବାଇ: ଫିଲ୍ମ ସାୱରିଆରୁ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିବା ରଣବୀର କପୁର ପରଦାରେ ଶମଶେରା ହୋଇଥିଲେ ବି ବକ୍ସ ଅଫିସର ଶମଶେରା ହୋଇପାରିଲେ ନାହିଁ। ୪ବର୍ଷ ପରେ ରଣବୀର ଫିଲ୍ମ ଶମଶେରା ସହ ପରଦାକୁ ଆସିଥିବା‌ ‌ବେଳେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ରିଲିଜ୍ ପରେ ପରେ ହିଁ ଫିଲ୍ମ ମାଟି କାମୁଡ଼ିଛି। ୨୦୧୮ରେ, ତାଙ୍କ ଚଳଚ୍ଚିତ୍ର ସଞ୍ଜ ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରି ରେକର୍ଡ ଭାଙ୍ଗିଥିବା ବେଳେ ଶମଶେରା ମଧ୍ୟ ସେଭଳି ରେକର୍ଡ ଭାଙ୍ଗିବ ବୋଲି ଆଶା ଥିଲା। କିନ୍ତୁ ଏବେ ଫିଲ୍ମଟି ୫୦କୋଟି ରୋଜଗାର କରିବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ। ୧୫୦ କୋଟି ବଜେଟରେ ନିର୍ମାଣ ହୋଇଥିବା ଶମଶେରା ୪ଦିନରେ ମାତ୍ର ୩୪କୋଟି ଟଙ୍କା ରୋଜଗାର କରିଛି।

ଫିଲ୍ମକୁ ଦର୍ଶକ ପସନ୍ଦ କରୁନଥିବା ‌ବେଳେ ୨୦୨୨ର ଫ୍ଲପ୍ ଫିଲ୍ମ ସୂଚୀରେ ସାମିଲ ହୋଇଛି ଶମଶେରା। ଶମଶେରାର ଆୟକୁ ଦେଖି ନିରାଶ ହୋଇଛି ୟଶ ରାଜ୍ ଫିଲମ୍ସ। ୟଶ ରାଜ୍ ଫିଲମ୍ସ ଏହା ଚତୁର୍ଥ ଫ୍ଲପ ହୋଇଥିବା ଫିଲ୍ମ। ସିନେ ସମୀକ୍ଷକ ଅମୋଦ ମେହେରାଙ୍କ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଡକାୟତର କାହାଣୀ ପ୍ରଦର୍ଶିତ ହୋଇଛି ଯାହା ବର୍ତ୍ତମାନର ପିଢ଼ି ପାଇଁ ପୁରୁଣା ହୋଇଗଲାଣି। ୮୦-୯୦ ଦଶକରେ, ଡକାୟତକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ ବ୍ଲକବଷ୍ଟର ହେଉଥିଲା। କିନ୍ତୁ ବର୍ତ୍ତମାନ ଚଳଚ୍ଚିତ୍ର ପ୍ରେମୀମାନେ କିଛି ନୂଆ ଦେଖିବାକୁ ଚାହୁଁଛନ୍ତି। ପୁରୁଣା ସୂତ୍ର ଅନୁଯାୟୀ ସଫଳତା ପାଇବା ପାଇଁ କରାଯାଇଥିବା ପରୀକ୍ଷା ଫେଲ ମାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe