Advertisment

ପରଲୋକରେ ବିହାରର ଲୋକ ଗାୟିକା ଶାରଦା ସିହ୍ନା

Advertisment

ବିହାରର ପ୍ରସିଦ୍ଧ ଲୋକ ଗାୟିକା ତଥା ଛଟ ଗୀତ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଶାରଦା ସିହ୍ନାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେଲାଣି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୭୨ବର୍ଷ ବୟସରେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି।  

ବିହାରର ପ୍ରସିଦ୍ଧ ଲୋକ ଗାୟିକା ତଥା ଛଟ ଗୀତ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଶାରଦା ସିହ୍ନାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେଲାଣି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୭୨ବର୍ଷ ବୟସରେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି।  

sharada

ପାଟନା: ବିହାରର ପ୍ରସିଦ୍ଧ ଲୋକ ଗାୟିକା ତଥା ଛଟ ଗୀତ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଶାରଦା ସିହ୍ନାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେଲାଣି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୭୨ବର୍ଷ ବୟସରେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି।  ଅକ୍ଟୋବର ୨୧ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଛଟ ପର୍ବର ପ୍ରଥମ ଦିନରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶାରଦା ସିହ୍ନାଙ୍କ ଦେହାନ୍ତ ପରେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ଶରଦା ସିହ୍ନାଙ୍କ ଦେହାନ୍ତ ଖବର ପାଇ ବଲିଉଡ ଅଭିନେତା ମନୋଜ ବାଜପେୟୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ଅତ୍ୟନ୍ତ ଦୁଃଖଦ ଖବର !! ଭୋଜପୁରୀ ସଙ୍ଗୀତକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବା ମହାନ ଗାୟିକା ଶାରଦାଜୀଙ୍କୁ ପ୍ରଣାମ! ଭଗବାନ ତାଙ୍କ ଆତ୍ମାକୁ ​​ଶାନ୍ତି ଦିଅନ୍ତୁ! ଓମ୍ ଶାନ୍ତି।"

ମନୋଜଙ୍କ ସମେତ ଅଭିନେତା ଖେସାରୀ ଲାଲ୍ ଯାଦବ, ରବି କିଶନ, ମନୋଜ ତିୱାରୀ, ନରହୁଆଙ୍କ ଭଳି କଳାକାର ଶାରଦାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe