ଶବାନା ଆଜମୀଙ୍କ ସହ ଫଟୋ ସେୟାର କରି ଧର୍ମେନ୍ଦ୍ର କହିଲେ ‘ଇସ୍କ୍‌ ହୈ ମୁଝେ କ୍ୟାମ୍‌ରେ ସେ’

ଶବାନା ଆଜମୀଙ୍କ ସହ ଫଟୋ ସେୟାର କରି ଧର୍ମେନ୍ଦ୍ର କହିଲେ ‘ଇସ୍କ୍‌ ହୈ ମୁଝେ କ୍ୟାମ୍‌ରେ ସେ’

ମୁମ୍ବାଇ : ବଲିଉଡ୍‌ର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ବିଭିନ୍ନ ସମୟରେ ସୋସିଆଲ୍‌ ମିଡିଆରେ ସକ୍ରିୟ ରହୁଥିବା ନଜରକୁ ଆସନ୍ତି। ସହ କଳାକାରଙ୍କ ସହ ଫଟୋ ସେୟାର କରି ଧର୍ମେନ୍ଦ୍ର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଧର୍ମେନ୍ଦ୍ର ଅଭିନେତ୍ରୀ ଶବାନା ଆଜମୀଙ୍କ ସହ ତାଙ୍କର ଏକ ଫଟୋ ରୋମାଣ୍ଟିକ୍‌ କ୍ୟାପ୍‌ସନ ସହ ସେୟାର କରିଛନ୍ତି। ଏହି ଫଟୋରେ ଉଭୟେ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

ଧର୍ମେନ୍ଦ୍ର ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଇସ୍କ ହୈ ମୁଝେ କ୍ୟାମରେ..ଔର୍‌ କ୍ୟାମ୍‌ରେ କୋ....ସାୟଦ ମୁଝସେ।’ ଏହି ଫଟୋକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଧର୍ମେନ୍ଦ୍ର ଏବଂ ଶବାନା ଆଜମୀ ଏବେ ‘ରକି ଔର୍‌ ରାନୀ କି ପ୍ରେମ କାହାନି’ ନାମକ ଫିଲ୍ମରେ ଏକାଠି  କରୁଛନ୍ତି। କରଣ ଜୋହରଙ୍କ ଏହି ଫିଲ୍ମ୍‌ରେ ରଣବୀର ସିଂହ ଏବଂ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ‘ରକି ଔର୍‌ ରାନୀ କି ପ୍ରେମ କାହାନି’ ଫିଲ୍ମକୁ ନେଇ ଉଭୟ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe