ଶିଶୁ ଅବତାରରେ ନଜର ଆସିଲେ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର ବିଚାରପତିମାନେ

ଶିଶୁ ଅବତାରରେ ନଜର ଆସିଲେ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର ବିଚାରପତିମାନେ

ନୂଆଦିଲ୍ଲୀ: ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ଟିଭି ସୋ’। ଏହାର ଏପର୍ଯ୍ୟନ୍ତ ଦୁଇଟି ସିଜନ ଆସିଛି। ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ଦ୍ବିତୀୟ ସିଜନକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

‘ଶାର୍କ ଟ୍ୟାଙ୍କ ଇଣ୍ଡିଆ‘ ଦ୍ବିତୀୟ ସିଜନର ବିଚାରପତିମାନେ ହେଉଛନ୍ତି ଅନୁପମ ମିତ୍ତଲ, ଅଶ୍ୱିନୀ ଗ୍ରୋଭର, ନମିତା ଥାପର, ଗଜଲ ଲାଗ, ଅମିତ ଜୈନ, ବିନିତା ସିଂ, ଅମନ ଗୁପ୍ତା ଏବଂ ପୀୟୁଷ ବନସଲ। ଏହି ସୋ’କୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଉଦ୍ୟୋଗୀମାନେ ଆସିଥାନ୍ତି। ଯେଉଁମାନେ ସେମାନଙ୍କର ବ୍ୟବସାୟିକ ଚିନ୍ତାଧାରାକୁ ସୋ’ରେ ଉପସ୍ଥାପନା କରି ଶାର୍କଙ୍କ ଠାରୁ ପାଣ୍ଠି ନେଇଥାନ୍ତି।

ସମ୍ପ୍ରତି ଶାର୍କ ବିଚାରପତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। ଏହି ଫଟୋକୁ ଦେଖି ଶାର୍କ ଅନୁପମ ମିତ୍ତଲ ପ୍ରତିକ୍ରିୟା ଦେଇଛନ୍ତି।

ଏହି ଫଟୋଗୁଡ଼ିକର ବିଶେଷତା ହେଉଛି ଏଥିରେ ସମସ୍ତ ବିଚାରପତିଙ୍କୁ ଶିଶୁ ଭାବରେ ଦର୍ଶାଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @sahixd ନାମକ ଏକ ଆକାଉଣ୍ଟରେ ଏହି ଫଟୋଗୁଡିକ ସେୟାର କରାଯାଇଛି। ଯାହାକୁ ଦେଖିବା ପରେ ଲୋକେ ଫଟୋଗୁଡିକୁ ଖୁବ ପସନ୍ଦ କରୁଛନ୍ତି।

ଏପର୍ଯ୍ୟନ୍ତ, ଏହି ଫଟୋଗୁଡ଼ିକ ପ୍ରାୟ ୨୬ ହଜାର ଲାଇକ୍ ପାଇଛି। ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା  ଦେଇଛନ୍ତି। ଅନେକ ୟୁଜର୍ସ ଗ୍ରୋଭରକୁ ପାର୍ଲେ-ଜି ବିସ୍କୁଟର ପ୍ୟାକେଟରେ ଦେଖାଯାଇଥିବା ଶିଶୁ ସହ ତୁଳାନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe