ଅସଫଳ ଲୋକ ବିଗ୍ ବସ୍ ଯାଆନ୍ତି, ସଲମାନଙ୍କଠାରୁ ଅଧିକ ଟଙ୍କା ଦେଲେ ‌ଯିବା ପାଇଁ ଚିନ୍ତା କରିବି: ଅଶନୀର ଗ୍ରୋବର

Advertisment
ଅସଫଳ ଲୋକ ବିଗ୍ ବସ୍ ଯାଆନ୍ତି, ସଲମାନଙ୍କଠାରୁ ଅଧିକ ଟଙ୍କା ଦେଲେ ‌ଯିବା ପାଇଁ ଚିନ୍ତା କରିବି: ଅଶନୀର ଗ୍ରୋବର

ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିଲା ଶାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ଜଜ୍ ତଥା ଭାରତ ପେ’ର ପୂର୍ବତନ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଟଙ୍କା ଚୋରି କରିଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ସମସ୍ତ ପଦରୁ ହଟାଇଦିଆଯାଇଥିଲା। ଗ୍ରୋବରଙ୍କୁ ବୋର୍ଡର ନିର୍ଦ୍ଦେଶକ ପଦବୀ ସମେତ କମ୍ପାନିର ସମସ୍ତ ପଦବୀରୁ ହଟାଇ ଦିଆଯାଇଛି ବୋଲି କହିଥିଲା ଭାରତପେ’। ଅଶନୀର ଗ୍ରୋବର ଏବଂ ତାଙ୍କ ପରିବାର କମ୍ପାନିର ପାଣ୍ଠିକୁ ଅପବ୍ୟବହାର କରିଥିବା ଅଭିଯୋଗ ହେବାରୁ ଅଶନୀର କମ୍ପାନିରୁ ବିଦା ହୋଇଥିଲେ। ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଅଶନୀର ଏବେ ରିୟାଲିଟି ସୋ’ ବିଗ୍ ବସ୍-୧୬କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅସଫଳ ଲୋକ ବିଗ୍ ବସ୍ ଯାଆନ୍ତି। ସଲମାନଙ୍କଠାରୁ ଅଧିକ ଟଙ୍କା ଦେଲେ ‌ଯିବା ପାଇଁ ଚିନ୍ତା କରିବି ବୋଲି କହିଛନ୍ତି ଅଶନୀର। ରେଡ୍ ଏଫଏମର ଏକ ପୋଡକାଷ୍ଟରେ ଅଶନୀର ଗ୍ରୋବର କହିଥିଲେ ଯେ, ତାଙ୍କୁ ବିଗ୍ ବସ୍ ଯିବା ପାଇଁ ଅଫର ଆସିଥିଲା କିନ୍ତୁ ସେ ମନା କରିଦେଇଥିଲେ।

ବିଗ୍ ବସରେ ଅଶନୀରଙ୍କୁ କେବେ ଦେଖିବାକୁ ମିଳିବ କି? ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, 'କେବେ ବି ନୁହେଁ। କେବଳ ଅସଫଳ ବ୍ୟକ୍ତି ସେହି ସୋ’କୁ ଯାଆନ୍ତି, ସଫଳ ବ୍ୟକ୍ତି ସେ ସୋ’କୁ ଯାଆନ୍ତି ନାହିଁ। ମୁଁ କେବେବି ସେହି ସୋ’କୁ ଯିବି ନାହିଁ। ଏକ ସମୟ ଥିଲା ଯେତେବେଳେ ମୁଁ ଏହି ସୋ’ ଦେଖୁଥିଲି, କିନ୍ତୁ ମୁଁ ଭାବୁଛି ଏହି ସୋ’ରେ ଏବେ କିଛି ନୂତନତ୍ବ ନାହିଁ। ପୂର୍ବରୁ ସେମାନେ ମୋତେ ଯିବାକୁ ଅଫର ଦେଇଥିଲେ ବି ମୁଁ ମନା କରିଦେଇଥିଲି।

ଅଧିକ ଟଙ୍କା ମିଳିଲେ ଆପଣ ଯିବାକୁ ଚିନ୍ତା କରିବେ କି? ଏହାର ଉତ୍ତରରେ ଅଶନୀର କହିଥିଲେ, ଯେତେ ଅଧିକ ଦେଲେ ବି ମୁଁ ଯିବି ନାହିଁ। ସଲମାନଙ୍କୁ ଉପସ୍ଥାପନା ପାଇଁ ଯେତିକି ମିଳୁଛି, ତା’ଠାରୁ ଅଧିକ ଦେଲେ ମୁଁ ଚିନ୍ତା କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe