ଲକ୍‌ଡାଉନ୍‌ ପରଠାରୁ ସୋନାକ୍ଷୀ ଘରେ ହିଁ ଅଛି: ଝିଅକୁ ସମର୍ଥନ କରି ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା

ଲକ୍‌ଡାଉନ୍‌ ପରଠାରୁ ସୋନାକ୍ଷୀ ଘରେ ହିଁ ଅଛି: ଝିଅକୁ ସମର୍ଥନ କରି ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା

hindustantimes

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାକୁ ଅନେକ ସମୟରେ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନା ସମର୍ଥନ ଦେଇ ଆସିଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ସୋନାକ୍ଷୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ମଧ୍ୟ ମୁହଁ ଖୋଲିଛନ୍ତି ବାପା ଶତ୍ରୁଘ୍ନ।

ନିକଟରେ ସିନେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏକ ଟ୍ବିଟ୍‌ କରି ଲେଖିଥିଲେ କି ସୋନାକ୍ଷୀ ଲକ୍‌ଡାଉନ୍‌ ସମୟରେ ଘରେ ନ ରହି ସୁଟିଂ ପାଇଁ ବାହାରକୁ ଯାଇଛନ୍ତି। ମାତ୍ର ଏହାକୁ ଅସ୍ବୀକାର କରିଛନ୍ତି ଶତ୍ରୁଘ୍ନ ସିହ୍ନା।

ଶତ୍ରୁଘ୍ନ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ଲକ୍‌ଡାଉନ୍‌ ପରଠାରୁ ସୋନାକ୍ଷୀ ଘରେ ଅଛନ୍ତି। ସେ ପ୍ରଶ୍ନ କରିଛନ୍ତି କି ‘କୋଉଠିକାର୍‌ ଲକ୍‌ଡାଉନ୍‌? କୋଉ ସୁଟିଂ? ଲକ୍‌ଡାଉନ୍‌ ପରଠାରୁ ସୋନାକ୍ଷୀ ଆମ ସହ ଘରେ ହିଁ ଅଛି। ଆମ ଘରେ କେହି ପାଗଳ ନାହାନ୍ତି। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଲକ୍‌ଡାଉନ୍‌ ଘୋଷଣା କରି ଘରେ ରହିବାକୁ କହିବା ପରେ ଆମେ କିପରି ବାହାରକୁ ଯିବୁ? ଆମେ ସମସ୍ତେ ଲକ୍‌ଡାଉନ୍‌କୁ ସମ୍ମାନ କରୁଛୁ। ଆମେ ସମେସ୍ତ ଘରେ ରହୁଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe