ବିକ୍ରାନ୍ତଙ୍କ ନିଷ୍ପତ୍ତିକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ଶତ୍ରୁଘ୍ନ ସିହ୍ନା

ଫିଲ୍ମ ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିକ୍ରାନ୍ତ ମାସେ ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିନୟରୁ ବିରତି ନେଉଥିବା ଘୋଷଣା କରିଥିଲେ। ଏବେ ଏହା ଉପରେ ଲୋକପ୍ରିୟ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

00

ମୁମ୍ବାଇ: ବଲିଉଡର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ବିକ୍ରାନ୍ତ ମାସେ ଅନ୍ୟତମ | ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଭୂମିକାରେ ନଜର ଆସିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସଫଳ ହେବା ସହ ଏତେ ଆଗକୁ ଆସିବା ପରେ ଏବେ ବିକ୍ରାନ୍ତ ମାସେ ଅଭିନୟରୁ ବିରତି ନେବାକୁ ଘୋଷଣା କରିଛନ୍ତି। ସୋମବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଅଭିନୟରୁ ବିରତି ନେଉଥିବା ଘୋଷଣା କରିଥିଲେ। ତାଙ୍କର ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ବଲିଉଡର ବରିଷ୍ଠ କଳାକାର ଶତ୍ରୁଘ୍ନ ସିହ୍ନା। ସେ କହିଛନ୍ତି, "ଆମ ସମୟରେ ମୁଁ ୩ଟି ସିପ୍ଟ କରୁଥିଲି। ଏକା ସାଙ୍ଗରେ ୩ଟି ଫିଲ୍ମରେ କାମ କରୁଥିଲି। ବେଳେବେଳେ ମୁଁ ଭୁଲିଯାଉଥିଲି ଯେ, କେଉଁ ଫିଲ୍ମ ପାଇଁ ସୁଟିଂ କରୁଛି। ହେଲେ ଆଜିକାଲିକା ପିଲା ବହୁତ ସ୍ମାର୍ଟ। ସେମାନେ ଜାଣନ୍ତି କେଉଁଠି ଅଟକିବାର ଅଛି ଏବଂ କେଉଁଠୁ ଆରମ୍ଭ କରିବାର ଅଛି।"

ତେମେ ସୋମବାର ବିକ୍ରାନ୍ତ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଥିଲେ ଯେ, “ନମସ୍କାର, ଗତ କିଛି ବର୍ଷ ମୋ ପାଇଁ ଚମତ୍କାର ରହିଥିଲା। ଆପଣଙ୍କ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ଯେତେ ଯେ‌ତେ ମୁଁ ଆଗକୁ ବଢ଼ିଲି, ପୁନର୍ବାର ଘରକୁ ଫେରିବା ସମୟ ଆସିଛି ବୋଲି ଅନୁଭବ କଲି। ତେଣୁ, ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ପରସ୍ପରକୁ ଭେଟିବା । ଶେଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତି । ପୁନର୍ବାର ଧନ୍ୟବାଦ । ” 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe