ସେ ମୋ ଜୀବନ, ମୋ ଆତ୍ମା: ଅଭିଷେକଙ୍କ ବଦଳରେ କାହାକୁ ଏଭଳି କହିଲେ ଐଶ୍ୱର୍ଯ୍ୟା

ସେ ମୋ ଜୀବନ, ମୋ ଆତ୍ମା: ଅଭିଷେକଙ୍କ ବଦଳରେ କାହାକୁ ଏଭଳି କହିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ବିବାହିତ ଜୀବନରେ ଝଡ଼ ସୃଷ୍ଟି ହୋଇଥିବାବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥିତି ଛାଡପତ୍ର ଆଡକୁ ମଧ୍ୟ ଯାଇଥିବା କଳ୍ପନାଜଳ୍ପନା କରାଯାଉଛି। ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର ନେଇ ଖବର ଭାଇରାଲ ହେବାରେ ଲାଗିଛି।

ଏନେଇ ପ୍ରତିଦିନ ନୂଆ ନୂଆ ଅପଡେଟ୍ ମଧ୍ୟ ଆସିବାରେ ଲାଗିଛି। ତେବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏନେଇ ‌ମୁହଁ ନ ଖୋଲି ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛନ୍ତି। ଊଉଭଙ୍କଠାରୁ କୌଣସି ପ୍ରତିକ୍ରିୟା  ନ ପାଇ  ଛାଡପତ୍ର ଗୁଜବ  ଜୋରଦାର ହେବାରେ ଲାଗିଛି।

ଏବେ ସୋସିଆଲ ମିଡ଼ିଆରେ ଐଶ୍ୱର୍ଯ୍ୟାଙ୍କ ଏକ ପୁରୁଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସେ ଅଭିଷକଙ୍କ ବଦଳରେ ଅନ୍ୟ ଜଣଙ୍କୁ ତାଙ୍କର ଜୀବନ, ତାଙ୍କର ଆତ୍ମା ଏବଂ ନିଜର ଦୁନିଆ ବୋଲି କହୁଥିବାର ଦେଖିବାକୁ ମିଳୁଛି। ତେବେ ସେ ଏସବୁ ମନ୍ତବ୍ୟ ନିଜ ଝିଅ ଆରାଧ୍ୟା ବଚ୍ଚନଙ୍କୁ ନେଇ କହିଛନ୍ତି। ଝିଅ ପ୍ରତି ଥିବା ନିଜର ଅଶେଷ ଭଲ ପାଇବାକୁ ସେ ଐଶ୍ୱର୍ଯ୍ୟା ପରିପ୍ରକାଶ କରିଛନ୍ତି।

୧୯୯୪ରେ ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ପ୍ରଶ୍ନ କରାଯାଇଥିଲା ତାଙ୍କ ଜୀବନର ସ୍ମୃତି ବହୁଳ ଦିନ କ’ଣ ହେବ। ସେ ଉତ୍ତରରେ କହିଥିଲେ ଯେବେ ମୁଁ ମା’ ହେବି ସେଦିନ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ।

୨୦୧୧ ନଭେମ୍ବର ୧୬ରେ ଝିଅ ଆରାଧ୍ୟାଙ୍କ ରଜନ୍ମ ହୋଇଥିଲା। ଏବଂ ଏହା ତାଙ୍କ ଜୀବନର ସ୍ମୃତି ବହୁଳ କ୍ଷଣ ଥିଲା ବୋଲି ଐଶ୍ୱର୍ଯ୍ୟା ସାକ୍ଷାତକାରରେ କହିଥିଲେ। ଝିଅ ସହିତ ଐଶ୍ୱର୍ଯ୍ୟାଙ୍କର ଅଧିକ ସମୟ ବିତିଥାଏ।

ସୋସିଆଲ ମିଡ଼ିଆରେ ମଧ୍ୟ ଐଶ୍ୱର୍ଯ୍ୟା ଆରାଧ୍ୟାଙ୍କ ପାଇଁ ବିଭିନ୍ନ ମନ୍ତବ୍ୟ ଲେଖି ପୋଷ୍ଟ କରିଥାନ୍ତି। ଐଶ୍ୱର୍ଯ୍ୟାଙ୍କର ପ୍ରତିଟି ଲେଖାରେ ଝିଅ ପ୍ରତିଥିବା ଭଲପାଇବା ଅନୁଭବ କରି ହୋଇଥାଏ। ଏହାକୁ ୟୁଜର ମଧ୍ୟ ପସନ୍ଦ କରିଥାନ୍ତି। ଆରାଧ୍ୟାଙ୍କ ଜନ୍ମ ସହିତ ଐଶ୍ୱର୍ଯ୍ୟାଙ୍କ ଦୁନିଆ ବଦଳିଯାଇଥିବା ସେ କହିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe