ହାଟ୍ରିକ୍‌ ପରେ ଏଥର ଅଟକି ଯାଇଛନ୍ତି ଶୀତଲ

Advertisment
ହାଟ୍ରିକ୍‌ ପରେ ଏଥର ଅଟକି ଯାଇଛନ୍ତି ଶୀତଲ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଶୀତଲ ‘ଯିଏ ଯାହା କହୁ ମୋ’ର ଢ଼ୋ’ ଜରିଆରେ ଓଲିଉଡ଼୍‍ରେ ପ୍ରଥମେ ନାୟିକା ଭାବରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ‘ଭଲପାଏ ତତେ ୧୦୦ରୁ ୧୦୦’,‘ତୁ ଯେ ସେଇ’,‘ପ୍ରେମରେ ପ୍ରେମରେ’,ତୋ’ର ଦିନେକୁ ମୋର ଦିନେ’ , ‘ଦିଲ୍‌ ଦିଓ୍ଵାନା ହେଇଗଲା’ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା’ ଆଦି ଛବିରେ ଅଭିନୟ କରିସାରିଲେଣି ସେ।

ତେବେ ଆପଣ ଜାଣନ୍ତି କି ତାଙ୍କ ଅଭିନୀତ ତିନିଟି ଛବି ଜାନୁଆରି ମାସରେ ରିଲିଜ୍‌ ହୋଇଥିଲା । ଲଗାତାର ଶୀତଲଙ୍କୁ ଦର୍ଶକ ୨୦୧୫,୨୦୧୬ ଏବଂ ୨୦୧୭ରେ ଜାନୁଆରି ମାସରେ ରିଲିଜ୍‌ ହୋଇଥିବା ଭିନ୍ନ ଭିନ୍ନ ସିନେମାରେ ଦେଖିବାକୁ ପାଇଛନ୍ତି। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଯିଏ ଯାହା କହୁ ମୋ’ର ଢ଼ୋ’ ୨୦୧୫ ଜାନୁଆରି ମାସ ୧ ତାରିଖରେ ରିଲିଜ୍‌ ହୋଇଥିଲା। ସନ୍ଦୀପ ରାଉତରାୟଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ (ବାପି)। ୨୦୧୬ ଜାନୁଆରି ମାସ ୧ ତାରିଖରେ ରିଲିଜ୍‌ ହୋଇଥିବା ଶୀତଲଙ୍କୁ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ତୁ ଯେ ସେଇ’ରେ ପୁଣି ଦେଖିବାକୁ ମିଳିଥିଲା।

publive-image

ଅପରପକ୍ଷରେ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଦିଲ୍‌ ଦିଓ୍ଵାନା ହେଇଗଲା’ ରିଲିଜ୍‌ ହୋଇଥିଲା ୨୦୧୭ ଜାନୁଆରି ଦ୍ୱିତୀୟ ସପ୍ତାହରେ। ଏଥିରେ ବି ଶୀତଲ ଥିଲେ ନାୟିକା ଭୂମିକାରେ। ଆଉ ଏକ ସଂଯୋଗର ବିଷୟ ହେଲା ଯେ ଉକ୍ତ ତିନିଟି ସିନେମାରେ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ ଶୀତଲ। କ୍ରମାଗତଭାବେ ତିନି ବର୍ଷ ଧରି ଶୀତଲ ଜାନୁଆରିରେ ରିଲିଜ୍‌ ହେଉଥିବା ଗୋଟିଏ ସିନେମାରେ ଦେଖା ଦେଉଥିଲେ। ପ୍ରକାରାନ୍ତରେ କହିବାକୁ ଗଲେ ସେ ହାଟ୍ରିକ୍‌ କରିଥିଲେ ,ହେଲେ ଏ ବର୍ଷ ସେଭଳି ଘଟୁ ନାହିଁ। ଏହାର କାରଣ ହେଲା ଶୀତଲଙ୍କର କୌଣସି ଛବି ରିଲିଜ୍‌ ଅପେକ୍ଷାରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe