ଏପରି ଥିଲା ମୋ ସାଙ୍ଗ ଶେଫାଲିର ଶେଷ ସମୟ....:ପୂଜା ଘାଇ

Advertisment
73a22bdc-4b60-47e1-aa53-8a3ace5a34a6

ନୂଆଦିଲ୍ଲୀ: ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ  ସିନେମା ଶିଳ୍ପ ସହିତ ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଗତଶୁକ୍ରବାର ରାତିରେ ମାତ୍ର ୪୨ ବର୍ଷ ବୟସରେ ଶେଫାଲିଙ୍କ ମୃତ୍ୟୁ ହୋଇଛି। 
ଶେଫାଲିଙ୍କ ମୃତ୍ୟୁ ପରେ ଏକ ସାକ୍ଷାତକାରରେ ତାଙ୍କ ବନ୍ଧୁ ପୂଜା ଘାଇ ସାଙ୍ଗଙ୍କ ଶେଷ ସମୟ କିପରି ଥିଲା ସେ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। 

ପୂଜା ସାଙ୍ଗ ଶେଫାଲିଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, ‘ମୋ ସାଙ୍ଗ ଶେଫାଲି ସ୍ୱାସ୍ଥ୍ୟପ୍ରତି ଖୁବ ସଚେତନ ଥିଲା, ସବୁବେଳେ ସ୍ବାସ୍ଥ୍ୟକର ଖାଦ୍ୟ ଖାଉଥିଲା ଏବଂ ନିଜର ଯତ୍ନ ନେଉଥିଲା।
ଶେଫାଲିର ମୃତ୍ୟୁର ସ୍ପଷ୍ଟ କାରଣ ପୋଷ୍ଟମର୍ଟମ ପରେ ହିଁ ଜଣାପଡିବ।

ଶେଫାଲିର ପରିବାର ଏବଂ ପରାଗ ତ୍ୟାଗୀଙ୍କଠାରୁ ମୁଁ ଯାହା ଜାଣିବାକୁ ପାଇଛି କି ଶେଫାଲିଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଘରେ ସତ୍ୟନାରାୟଣ ପୂଜା ଥିଲା। ପୂଜା ପାଇଁ ଘରକୁ ଖୁବ ସୁନ୍ଦର ଭାବେ ସଜା ବି ଯାଇଥିଲା। ଶେଫାଲିର ଶେଷ ଦର୍ଶନ ପାଇଁ ଯିବା ସମୟରେ ଆମେ ସେହି ସାଜସଜ୍ଜାକୁ ଦେଖିବାକୁ ପାଇଥିଲୁ।  

ମୃତ୍ୟୁଦିନ ଶେଫାଲି ତାଙ୍କ ନିୟମିତ ଖାଦ୍ୟ ଖାଇଥିଲେ ଏବଂ ତା'ପରେ ସେ ପରାଗଙ୍କୁ କୁକୁରକୁ ବୁଲାଇବାକୁ ନେବାକୁ କହିଥିଲା। ଶେଫାଲି ତଳକୁ ଯିବା ମାତ୍ରେ ଘରର ସହାୟକ ଡାକ ପକାଇ କହିଥିଲେ, 'ଦିଦିଙ୍କ ଦେହ ଭଲ ଲାଗୁନାହିଁ। ଏଠାକୁ ସମସ୍ତେ ଚାଲିଆସ। ପରାଗ ଶେଫାଲିଙ୍କ ଘଟଣାସ୍ଥଳରୁ ଉଦ୍ଧାର କରି ସଙ୍ଗେସଙ୍ଗେ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ମୋ ସାଙ୍ଗକୁ ମୃତ ଘୋଷଣା କରିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe