ଦିନେ ଆମୀର ଖାନ୍‌ଙ୍କୁ ପ୍ରେମ ପତ୍ର ପଠାଇଥିଲେ ଅଭିନେତ୍ରୀ ଶେଫାଳୀ ଶାହା

Advertisment
ଦିନେ ଆମୀର ଖାନ୍‌ଙ୍କୁ ପ୍ରେମ ପତ୍ର ପଠାଇଥିଲେ ଅଭିନେତ୍ରୀ ଶେଫାଳୀ ଶାହା

indiatoday.in

ମୁମ୍ବାଇ: ଚଳଚ୍ଚିତ୍ର ‘ଜଲ୍‌ସା’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶେଫାଳୀ ଶାହା। ଆପଣ ଜାଣିଥିବେ ନିଶ୍ଚୟ ଯେ ପାଖାପାଖି ୩ ଦଶଂଦ୍ଧି ଧରି ଅଭିନୟରେ ସକ୍ରିୟ ଅଛନ୍ତି ଶେଫାଳୀ। ନିକଟରେ ‘ଜଲ୍‌ସା’ର ପ୍ରମୋସନ୍‌ ସମୟରେ ଯେତେବେଳେ ତାଙ୍କୁ ପଚରାଗଲା କି କେଉଁ ବଲିଉଡ୍‌ ଅଭିନେତାଙ୍କ ପ୍ରତି ତାଙ୍କ ମନରେ ଦୁର୍ବଳତା ଥିଲା, ସେ ସେତେବେଳେ ଆମୀର ଖାନ୍‌ଙ୍କ ନାଁ କହିଥିଲେ। ଏପରିକି ‌ସେ ଆମୀରଙ୍କୁ ପ୍ରେମ ପତ୍ର ବି ପଠାଇଥିଲେ ବୋଲି ସ୍ବୀକାର କରିଛନ୍ତି।

ସବୁଠାରୁ ମଜାଦାର କଥା ହେଉଛି, ଆମୀରଙ୍କ ସହ ‘ରଙ୍ଗିଲା’ ଚଳଚ୍ଚିତ୍ରରେ ହିଁ ଶେଫାଳୀ ଡେବୁ କରିଥିଲେ। ମାତ୍ର ୪ ଦିନ ସୁଟିଂ ପରେ ସେ ଆଉ ସୁଟିଂ ସେଟ୍‌କୁ ଆସିନଥିଲେ। ଚଳଚ୍ଚିତ୍ର ‘ରଙ୍ଗିଲା’ ଛାଡ଼ିବା ନେଇ ପଚରାଯାଇଥିବା ପ୍ରଶ୍ନରେ ଶୋଫାଳୀ ଉତ୍ତର ଦେଇଛନ୍ତି କି , ‘ମୁଁ ଯେଉଁଭଳି ଭାବେ ମୋ ଚରିତ୍ରକୁ ଶୁଣିଥିଲି ବା ବୁଝିଥିଲି, ସୁଟିଂ ସମୟରେ ତାହାର କୌଣସି ତାଳମଳେ ନ ରହିବାରୁ ହିଁ ମୁଁ ଫିଲ୍ମ ଛାଡ଼ିବାକୁ ବାଧ୍ୟ ହେଲି।’

ଗତ ୨ ବର୍ଷ ହେବ ସେଫାଳୀ ତାଙ୍କ ପ୍ରଶଂସକମାନଙ୍କୁ ଭିନ୍ନ ଭିନ୍ନ ଧରଣ ୱେବ୍‌ ସିରିଜ୍‌ ଓ ଫିଲ୍ମରେ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛନ୍ତି। ଆଗକୁ ଶୋଫାଳୀଙ୍କୁ ଆଲିଆ ଭଟ୍ଟ ଓ ବିଜୟ ବର୍ମାଙ୍କ ଚଳଚ୍ଚିତ୍ର ‘ଡାର୍ଲିଂ’ରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe