ବିଗ୍ ବସ-୧୫: ଗ୍ରାଣ୍ଡ ଫାଇନାଲରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶେହେନାଜ୍, କାନ୍ଦି ପକାଇଲେ ସଲମାନ

Advertisment
ବିଗ୍ ବସ-୧୫: ଗ୍ରାଣ୍ଡ ଫାଇନାଲରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶେହେନାଜ୍, କାନ୍ଦି ପକାଇଲେ ସଲମାନ

ମୁମ୍ବାଇ: ଆଜି ଟେଲିଭିଜନର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍ ବସ ସିଜିନ ୧୫ର ଗ୍ରାଣ୍ଡ ଫାଇନାଲ। ଆଜି ଏବଂ କାଲି ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବା ସହ ଆସନ୍ତାକାଲି ସୋ’ର ବିଜେତାଙ୍କ ନାଁ ଘୋଷଣା କରାଯିବ। ତେବେ ସୋ’ର ଗ୍ରାଣ୍ଡ ଫାଇନାଲରେ ପୂର୍ବ ସିଜିନର ବିଜେତାଙ୍କୁ ଦେଖିବାକୁ ମିଳିବା ସହ ଦିବଂଗତ ଅଭିନେତା ତଥା ବିଗ୍ ବସ-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ତାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଓ ପଞ୍ଜାବୀ କଣ୍ଠଶିଳ୍ପୀ ଶେହେନାଜ୍ ଗିଲ୍। ଏହି ସମୟରେ ଉଭୟ ଶେହେନାଜ୍ ଓ ସୋ’ର ଉପସ୍ଥାପକ ସଲମାନ ଖାନ କାନ୍ଦିଥିବା ସୋ’ର ପ୍ରୋମ‌ୋରେ ଦେଖିବାକୁ ମିଳିଛି।

publive-image zeenews.india.com

ସୂଚନା ମୁତାବକ, ଶେହେନାଜ୍ ଗିଲ୍ ବିଗ୍ ବସ-୧୩ର ପ୍ରତିଯୋଗୀ ଥିଲେ ଏବଂ ସେହି ସମୟରେ ସେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ସୋ’କୁ ହିଟ୍ କରିବା ସହ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁହେଁ। ସିଦ୍ଧାର୍ଥ ବିଗ୍ ବସ-୧୩ ଜିତିବା ପରେ ଦୁହିଁଙ୍କ ଏହି ସଂପର୍କ ଆହୁରି ମଜବୁତ ହୋଇଥିଲା। ଦୁହିଁଙ୍କୁ ଅନେକ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଥିବା ବେଳେ ଦୁହେଁ ଲୋକଙ୍କ ଭଲପାଇବା ସାଉଣ୍ଟିବାରେ ଲାଗିଥିଲେ। ହେଲେ ହଠାତ୍ ଦୁହିଁଙ୍କ ଉପରେ କାହାର ନଜର ଲାଗିଥିଲା। ଶେହେନାଜ ଓ ପରିବାର ସହ ନିଜ ପ୍ରଶଂସକକୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା। ତାଙ୍କର ଏଭଳି ହଠାତ୍ ବିୟୋଗ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା।

View this post on Instagram

A post shared by ColorsTV (@colorstv)

ତେବେ ଆଜି ବିଗ୍ ବସ-୧୫ର ଗ୍ରାଣ୍ଡ ଫାଇନାଲ ଥିବା ବେଳେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଶେହେନାଜ୍। ଏହି ସମୟରେ ଦୀର୍ଘ ଦିନ ପରେ ସେ ସଲମାନଙ୍କୁ ଭେଟିଥିବା ବେଳେ ଦୁହେଁ ସିଦ୍ଧାର୍ଥଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe