ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶେହନାଜ

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶେହନାଜ

ନୂଆଦିଲ୍ଲୀ: ବିଗବସ ଫେମ ଶେହନାଜ ଗିଲ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁପରେ ଏବେ ପୁଣିଥରେ କାମକୁ ଫେରିଛନ୍ତି। ଶେହନାଜ ଗିଲଙ୍କୁ ଦିଲଜିତ ଦେସାଇ ଓ ସୋନମ ବାଜୱାଙ୍କ ସହିତ ଆଗାମୀ ସିନେମା ‘ହୋସଲା ରଖ’ର ପ୍ରମୋସନରେ ଦେଖିବାକୁ ମିଳିବ। ଶେହନାଜ ନିକଟରେ ଦେଇଥିବା ଏକ ସାକ୍ଷାତକାର କିଛି କ୍ଲିପ ଇଣ୍ଟରନେଟରେ ଭାଇରାଲ ହେଉଛି।

ଏଥିମଧ୍ୟରୁ ଏକ କ୍ଲିପରେ ଶେହନାଜ କହିଛନ୍ତି, ‘ମୋ ନିଜକୁ କହିବି କି ହୋସଲା ରଖ।’ ଏଭଳି କଥା ଶୁଣି ଦିଲଜିତ ଶେହନାଜଙ୍କ ପିଠି ଥାପୁଡ଼ାଇ କହିଲେ ହୋସଲା ରଖ।

Sidharth Shukla की मौत के बाद Shehnaaz gill का पहला इंटरव्यू, बोलीं- खुद को कहूंगी हौंसला रख - Shehnaaz gill says i would like to tell myself Honsla Rakh video viral tmov -

ଶେହନାଜଙ୍କ ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭାବୁକ ହୋଇ ଯାଇଥିଲେ। ସିଦ୍ଧାର୍ଥ ଶୁକ୍ଳା‌ଙ୍କ ମୃତ୍ୟୁ ପରେ ଶେହନାଜଙ୍କ ଏହା ପ୍ରଥମ ସା‌କ୍ଷାତକାର ଥିଲା। ଅକ୍ଟୋବର ୭ରେ ଶେହନାଜ ସିନେମାର ପ୍ରମୋସନାଲ ଗୀତରେ ସୁଟିଂ କରିଥିଲେ।

ସେପ୍ଟେମ୍ବର ୨ରେ ହୃଦଘାତ ହେବା ଯୋଗୁ ବିଗବସ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଶେହନାଜ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe